ବିହନ ଚାହିଦା ପୂରଣ ପାଇଁ ରୋଡ଼ ମ୍ୟାପ୍ ପ୍ରସ୍ତୁତ କର

ବିହନ ଚାହିଦା ପୂରଣ ପାଇଁ ରୋଡ଼ ମ୍ୟାପ୍ ପ୍ରସ୍ତୁତ କର

ବିହନ ଚାହିଦା ପୂରଣ ପାଇଁ ରୋଡ଼ ମ୍ୟାପ୍ ପ୍ରସ୍ତୁତ କର
ଭୁବନେଶ୍ୱର: ରାଜ୍ୟରେ ବିହନର ମୋଟ ଆବଶ୍ୟକତାକୁ ଆକଳନ କର ।ଚାଷୀମାନଙ୍କର ବିହନର ଚାହିଦାକୁ ସମ୍ପୂର୍ଣ୍ଣ ଭାବେ ପୂରଣ କରିବା ପାଈଁ ରୋଡ ମ୍ୟାପ୍ ପ୍ରସ୍ତୁତ କର । ଆଜି ଏହିଭଳି ନିଦେ୍ର୍ଧଶ ଦେଇଛନ୍ତି କୃଷି ମନ୍ତ୍ରୀ ଡ.ଅରୁଣ କୁମାର ସାହୁ । ସୋମବାର ସକାଳେ କୃଷି ମନ୍ତ୍ରୀ ଡ.ସାହୁ ଅଚାନକ ଭାବେ ଓଡ଼ିଶା ବିହନ ନିଗମ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ସେଠାରେ ଥିବା ଅଧିକାରୀ ଓ କର୍ମଚାରୀମାନଙ୍କ ସହ ଆଲୋଚନା କରିଥିଲେ । ଏହି ଅବସରରେ ମନ୍ତ୍ରୀ ଡ.ସାହୁ କହିଥିଲେ ଯେ, ରାଜ୍ୟ ସରକାର କୃଷି ଓ କୃଷକଙ୍କର ଉନ୍ନତି ପାଇଁ ବହୁ ଯୋଜନା ପ୍ରଣୟନ କରିଛନ୍ତି । ସେହିପରି ନାନାଦି ପ୍ରୋତ୍ସାହନ ମଧ୍ୟ ଯୋଗାଉଛନ୍ତି । ତେବେ ଏହି ଯୋଜନା ଗୁଡ଼ିକ ସିଧାସଳଖ ଚାଷୀମାନଙ୍କର ପାଖରେ ପହଞ୍ଚିବା ପାଇଁ ସମସ୍ତେ ତପôର ହେବା ହେବା ଆବଶ୍ୟକ । ବିଶେଷ କରି ଏ ବାବଦରେ ତୁରନ୍ତ ଏବଂ ରୋଡ ମ୍ୟାପ ପ୍ରସ୍ତୁତ କରିବାକୁ ନିଗମ ଅଧିକାରୀଙ୍କୁ ମନ୍ତ୍ରୀ କହିଛନ୍ତି । ସେହିପରି ମୁଖ୍ୟମନ୍ତ୍ରୀଙ୍କ ‘୫ଟି ଆଧାରରେ କାର୍ଯ୍ୟ କରି ଓଡ଼ିଶା ବିହନ ନିଗମକୁ ଅଧିକ କ୍ରି୍ରୟାଶୀଳ କରିବାକୁ ସେ ଆହ୍ୱାନ ଦେଇଛନ୍ତି ।