ସହକାରୀ ଯୋଗାଣ ବିଭାଗ ଅଧିକାରୀ ଗିରଫ

ସହକାରୀ ଯୋଗାଣ ବିଭାଗ ଅଧିକାରୀ ଗିରଫ

ସହକାରୀ ଯୋଗାଣ ବିଭାଗ ଅଧିକାରୀ  ଗିରଫ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଫସିଥିବା  ନୂଆପଡ଼ା ଜିଲ୍ଲାର ସହକାରୀ ଯୋଗାଣ ବିଭାଗ ଅଧିକାରୀ ରତ୍ନାକର ସେଠି ଗିରଫ ହୋଇଛନ୍ତି । କାଲି ଆୟ ବହିର୍ଭୂତ୍ତ ସମ୍ପତି ଠୁଳ ଅଭିଯୋଗରେ ଏସିଏସଓ ରନôାକର ସେଠୀଙ୍କ ଘରେ ଚଢାଉ କରିଥିଲା ଭିଜିଲାନ୍ସ  । ଭିଜିଲାନ୍ସ ବିଭାଗ ପକ୍ଷରୁ ନୂଆପଡା ଓ କଟକର ୬ ଟି ସ୍ଥାନରେ ଏକକାଳୀନ ରେଡ଼  ଚଢାଉ କରି ଅଚଳାଚଳ ସମ୍ପତ୍ତି ସହ ସୁନା ଓ ରୁପା ଅଳଙ୍କାର ମଧ୍ୟ ଠାବ କରିଥିଲା  ।

ଏହି ଚଢ଼ଉରେ ୬ ଜଣ ଭିଜିଲାନ୍ସ ଡିଏସ୍ପି, ୧୨ ଇନ୍ସପେକ୍ଟର ଓ ଅନ୍ୟ କର୍ମଚାରୀ ସାମିଲ ଥିଲେ । ଚଢାଉ ବେଳେ କୋଠା, ଜମି, ଗହଣା ସମେତ ୬କୋଟିର ସମ୍ପତ୍ତି ମିଳିଥିଲା। ତେବେ ଆଜି କୋଟିପତି ଏସିଏସ୍ଓ ରତ୍ନାକର ସେଠି ଓ ତାଙ୍କ ପତ୍ନୀ ଗିରଫ ହୋଇଛନ୍ତି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଉଭୟ ପତି ପତ୍ନୀଙ୍କ ନାଁରେ ମାମଲା ରୁଜୁ କର ଗିରଫ କରିଛି ଭିଜିଲାନ୍ସ । ୫୭୦% ଆୟବହିର୍ଭୂତ  ସମ୍ପତ୍ତି ଠାବ ହୋଇଥିବା ସୂଚନା ।