୭ରୁ ସ୍କୁଲ, କଲେଜ ଖୋଲିବ
୭ରୁ ସ୍କୁଲ, କଲେଜ ଖୋଲିବ
ଭୁବନେଶ୍ୱର: କରୋନା ଭିତରେ ଏକ ବଡ଼ ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ତାହା ହେଲା ଆସନ୍ତା ୭ ତାରିଖରୁ ରାଜ୍ୟରେ ଖୋଲିବ ସ୍କୁଲ । ଆଜି ଆୟୋଜିତ ଏକ ପ୍ରେସ ବାର୍ତ୍ତାରେ ଶ୍ରୀ ମହାପାତ୍ର ଏହି ଘୋଷଣା କରିଛନ୍ତି । ସେ କ’ଣ କହିଲେ ଆସନ୍ତୁ ଜାଣିବା:
- ଅଷ୍ଟମ ଶ୍ରେଣୀରୁ ଉପରକୁ ସମସ୍ତ ସ୍କୁଲ ୭ରୁ ଖୋଲିବ
- କଲେଜ, ବିଶ୍ୱବିଦ୍ୟାଳୟ, ଟେକ୍ନିକାଲ, ପ୍ରଫେସନାଲ ଶିକ୍ଷାନୁଷ୍ଠାନ ଖୋଲିବ
- ସ୍କୁଲ, କଲେଜ ସହ ସମ୍ପୃକ୍ତ ହଷ୍ଟେଲଗୁଡ଼ିକ ମଧ୍ୟ ଖୋଲିବ
-କେଜିରୁ ସପ୍ତମ ପର୍ଯ୍ୟନ୍ତ ସ୍କୁଲ ଫେବୃଆରୀ ୧୪ରୁ ଖୋଲିବ
-ପିଲାମାନେ ନିଜ ଇଚ୍ଛାରେ ଅଫଲାଇନ/ଅନଲାଇନ କ୍ଲାସ କରିପାରିବେ
-ଆବଶ୍ୟକ ହେଲେ ଖରାଛୁଟି ଅବଧି କମାଇପାରିବେ ବିଭିନ୍ନ ବିଭାଗ
-ପାଠପଢା ତ୍ୱରାନ୍ୱିତ କରିବାକୁ ବିଭିନ୍ନ ବ୍ରିଜ କୋର୍ସ କରିବାକୁ ପରାମର୍ଶ
-ସ୍କୁଲକଲେଜ ଗୁଡ଼ିକରେ କୋଭିଡ କଟକଣା ମାନି ପାଠପଢ଼ା ହେବ
ପ୍ରକାଶ ଯେ ରାଜ୍ୟରେ କରୋନା ନେଇ ଏକ ଆତଙ୍କର ବାତାବରଣ ଖେଳୁଛି । କେତେବେଳେ ଆକ୍ରାନ୍ତଙ୍କ ସଂଖ୍ୟା କମୁଛି ତ କେତେବେଳେ କରୋନା ମୃତକଙ୍କ ସଂଖ୍ୟା ବଢୁଛି । ତେବେ ଏବେ ରାଜ୍ୟରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ତଳମୁହାଁ ହୋଇଥିବାବେଳେ କରୋନା ମୃତକଙ୍କ ସଂଖ୍ୟାରେ ବ୍ରେକ ଲାଗୁନି । ଯାହା ଫଳରେ ସ୍କୁଲ କଲେଜକୁ ବନ୍ଦ ରଖାଯାଇଥିଲା ।




admin 