ସମିତିସଭ୍ୟ ପ୍ରାର୍ଥୀ ନିଖୋଜ

ସମିତିସଭ୍ୟ ପ୍ରାର୍ଥୀ ନିଖୋଜ

ସମିତିସଭ୍ୟ ପ୍ରାର୍ଥୀ ନିଖୋଜ

ଢେଙ୍କାନାଳ: ପଂଚାୟତ ନିର୍ବାଚନ ଭୋଟ ତାରିଖ ଯେତିକି ପାଖେଇ ଆସୁଛି, ବାତାବରଣ ସେତେ ଉଷ୍ମ ହେଲାଣି । ଉଠୁଛି ପଡ଼ୁଛି ଗାଁ ରାଜନୀତି । ଏହା ଭିତରେ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟଣା ବି ସାମ୍ନାକୁ ଆସିଲାଣି । ପୁସିଂ କାର୍ଡ ଛପାଇବାକୁ ଯାଇ ଗତକାଲିଠୁ ଆଉ ଘରକୁ ଫେରି ନାହାନ୍ତି ଜଣେ ସମିତି ସଭ୍ୟ ପ୍ରାର୍ଥୀ । ନିର୍ବାଚନ ପାଖେଇ ଆସୁଥିବା ବେଳେ ଏପରି ଘଟଣା ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକରେ ଦେଖିବାକୁ ମିଳିଛି । 

ପ୍ରାର୍ଥୀ ହେଉଛନ୍ତି  ନୂଆଗାଁ ପଞ୍ଚାୟତର ସୁବ୍ରତ ବେହେରା । ପୁସିଂ କାର୍ଡ ଛପାଇ ଫେରିବା ବେଳେ ନିଖୋଜ ଅଭିଯୋଗ ହୋଇଛି  । କଣ୍ଟାବଣିଆ ଥାନାରେ ପରିବାର ପକ୍ଷରୁ ମାମଲା କରାଯାଇଛି  । ଚିନ୍ତା ପୋଖରୀ ନିକଟରୁ ନିଖୋଜ ପ୍ରାର୍ଥୀଙ୍କ ବାଇକ୍ ଜୋତା ମିଳିଛି  । ସନ୍ଧାନୀ କୁକର ଦ୍ୱାରା ଉଧାର କରି ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି ।

 ସୂଚନା ଅନୁସାରେ ପୁସିଂ କାର୍ଡ ଛପାଇବାକୁ ସୁବ୍ରତ  ଗତକାଲି ଦ୍ୱିପ୍ରହରରେ ଏକୁଟିଆ ଘରୁ ବାହାରି ଯାଇଥିଲେ । ପ୍ରାୟ ୨ ଘଣ୍ଟା ପରେ ପରିବାର ଲୋକେ ଫୋନ୍ କରିବାରୁ ସୁବ୍ରତଙ୍କ ମୋବାଇଲ୍ ଫୋନ୍ ସୁଇଚ୍ ଅଫ୍ ଥିବା ଜଣା ପଡିଥିଲା । ସୁବ୍ରତ ନିଖୋଜ ହୋଇଯାଇଥିବା ନେଇ ପରିବାର ଲୋକେ କଣ୍ଟାବଣିଆ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ନିର୍ବାଚନ ପାଖେଇ ଆସୁଥିବା ବେଳେ ହଠାତ୍ ଜଣେ ସମିତି ସଭ୍ୟ ପ୍ରାର୍ଥୀଙ୍କ ଗାଏବ ହେବା ଘଟଣାକୁ ହଜମ କରିପାରୁ ନାହାନ୍ତି ସ୍ଥାନୀୟ ଲୋକ ।