ସରିଲା ଶୀତର ଆସର, ବଢିଛି ସୂର୍ଯ୍ୟଙ୍କ ପ୍ରଖର କିରଣ

ସରିଲା ଶୀତର ଆସର, ବଢିଛି ସୂର୍ଯ୍ୟଙ୍କ ପ୍ରଖର କିରଣ

ସରିଲା ଶୀତର ଆସର, ବଢିଛି ସୂର୍ଯ୍ୟଙ୍କ ପ୍ରଖର କିରଣ
ସରିଛି ଶୀତ । ଥଣ୍ଡା ପରେ ଏବେ ପାଗରେ ଆସିଛି ପୁଣି ପରିବର୍ତ୍ତନ । ଦିନକୁ ଦିନ ତାପମାତ୍ରା ବଢିବାରେ ଲାଗିଛି । ଅସହ୍ୟ ଖରା ଆରମ୍ଭ ହୋଇଛି । ଶୀତ ଋତୁ ସରିଛି । ଏବେ ତାପମାତ୍ରା ବଢିବା ସହ ପାଗରେ ପରିବର୍ତ୍ତନ ଆସିଛି । ଗ୍ରୀଷ୍ମ ଋତୁର ଆଗମନ ହୋଇଛି । ସୂର୍ଯ୍ୟଙ୍କ ପ୍ରଖର କିରଣ ବଢିଛି । ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହେବାରେ ଲାଗିଛି । ଚଳିତ ବର୍ଷ ଗ୍ରୀଷ୍ମ ଋତୁରେ ଅଧିକ ଖରା ହେବ ବୋଲି ପୂର୍ବାନୁମାନ କରାଯାଉଛି । ରାଜ୍ୟର ଅଧିକାଂଶ ସହରର ତାପମାତ୍ରା ୩୦ ଡିଗ୍ରୀ ଉପରେ ରହିଥିବା ବେଳେ ୩,୪ ସହରର ତାପମାତ୍ରା ୩୫ ଡ୍ରିଗୀ ରହିଥିବା ଜଣାପଡ଼ିଛି । ଆଗାମୀ ୨, ୩ ଦିନରେ ତାପମାତ୍ରା ଆହୁରି ବଢିବ ବୋଲି ଭୁବନେଶ୍ୱରସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।