ଭାରତ ଗସ୍ତ କରିବା ଏକ ସମ୍ମାନର କଥା, ଭାରତ ଗସ୍ତ ପାଇଁ ବହୁତ ଉତ୍ସାହିତ ଥିବା କହିଛନ୍ତି ଟ୍ରମ୍ପ ।

ଭାରତ ଗସ୍ତ କରିବା ଏକ ସମ୍ମାନର କଥା, ଭାରତ ଗସ୍ତ ପାଇଁ ବହୁତ ଉତ୍ସାହିତ ଥିବା କହିଛନ୍ତି ଟ୍ରମ୍ପ ।

ଭାରତ ଗସ୍ତ କରିବା ଏକ ସମ୍ମାନର କଥା, ଭାରତ ଗସ୍ତ ପାଇଁ ବହୁତ ଉତ୍ସାହିତ ଥିବା କହିଛନ୍ତି ଟ୍ରମ୍ପ ।
ଆମେରିକା ରାଷ୍ଟପତି ଡୋନାଲ୍ଡ ଟ୍ରମ୍ପ ଦୁଇ ଭାରତ ଗସ୍ତରେ ଆସିବା କାର୍ଯ୍ୟକ୍ରମ ରହିଛି । ଭାରତ ଗସ୍ତ କରିବା ଏକ ସମ୍ମାନର କଥା। ଭାରତ ଗସ୍ତ ପାଇଁ ବହୁତ ଉତ୍ସାହିତ ଥିବା ଟ୍ରମ୍ପ କହିଛନ୍ତି । ଆମେରିକାର ରାଷ୍ଟ୍ରପତି ଡ଼ୋନାଲ୍ଡ ଟ୍ରମ୍ପ ଆସନ୍ତା ଫେବୃଆରୀ ୨୪ ଓ ୨୫ରେ ଭାରତ ଗସ୍ତରେ ଆସିବେ। ଏହି ଅବସରରେ ସେ ଗୁଜୁରାଟ ଗସ୍ତ କରିବେ। ଏହା ସହ ଟ୍ରମ୍ପ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ଦ୍ଵିପାକ୍ଷିକ ଆଲୋଚନା ହେବ । ଯେଉଁଠାରେ ହ୍ୟୁଷ୍ଟନର ହାଉଡ଼ି ମୋଦୀ କାର୍ଯ୍ୟକ୍ରମ ଭଳି ଏକ ଇଭେଣ୍ଟରେ ଯୋଗ ଦେଇ ଲୋକଙ୍କ ସମ୍ଭୋଧିତ କରିବେ । ଟ୍ରମ୍ପଙ୍କ ଭାରତ ଗସ୍ତ ସମୟରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ ବେପାର ଉପରେ ଅନେକ ଚୁକ୍ତି ସ୍ୱାକ୍ଷରିତ ହେବା ସମ୍ଭାବନା ରହିଛି । ଦୁହିଁଙ୍କ ଏହି ସାକ୍ଷାତକାର ଅତି ମହତ୍ୱପୂର୍ଣ୍ଣ କାରଣ ଏହା ଦୁଇ ଦେଶର ସମ୍ବନ୍ଧକୁ ସୁଦୃଢ କରିବ। ତେବେ ରାଷ୍ଟ୍ରପତି ଟ୍ରମ୍ପ ଭାରତ ଗସ୍ତକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି । ଭାରତ ଆସିବା ଗୌରବର କଥା ବୋଲି ରାଷ୍ଟ୍ରପତି ଡ଼ୋନାଲ୍ଡ ଟ୍ରମ୍ପ କହିଛନ୍ତି। ରାଷ୍ଟ୍ରପତି ଟ୍ରମ୍ପ୍ ଆଜି ଟ୍ଵିଟ୍ କରି କହିଛନ୍ତି ଯେ, ମୋତେ ଲାଗୁଛି ଭାରତ ଗସ୍ତ କରିବା ଏକ ସମ୍ମାନର କଥା। ନିକଟରେ କହିଥିଲେ ଯେ, ମାର୍କ ଜୁକରବର୍ଗ କହିଛନ୍ତି ଫେସବୁକରେ ଡୋନାଲ୍ଡ ଟ୍ରମ୍ପ ଏକ ନମ୍ବରରେ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦ୍ଵିତୀୟ ସ୍ଥାନରେ ଅଛନ୍ତି । ମୁଁ ଦୁଇ ସପ୍ତାହ ପରେ ଭାରତ ଯାଉଛି । ଏହାକୁ ନେଇ ମୁଁ ଉତ୍ସାହିତ ଅଛି। ମିଲାନିୟା ଟ୍ରମ୍ପ ଭାରତ ଆସିବାକୁ ମୋଦୀଙ୍କ ନିମନ୍ତ୍ରଣକୁ ଧନ୍ୟବାଦ ଜଣାଇଛନ୍ତି। ସେ ଟ୍ଵିଟ୍ କରି କହିଥିଲେ ଯେ, ଫେବୃଆରୀ ୨୪ ଓ ୨୫ରେ ଅହମଦାବାଦ ଏବଂ ନୂଆଦିଲ୍ଲୀ ଗସ୍ତକୁ ନେଇ ମୁଁ ଇଚ୍ଛୁକ। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ଵିଟ୍ କରି କହିଥିଲେ ଯେ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଗସ୍ତ ଦୁଇ ଦେଶର ସମ୍ପର୍କକୁ ସୁଦୃଢ କରିବ। ଆସନ୍ତା ଫେବୃଆରୀ ୨୪ ଓ ୨୫ରେ ରାଷ୍ଟ୍ରପତି ଟ୍ରମ୍ପ ଏବଂ ତାଙ୍କ ପତ୍ନୀ ମିଲାନିୟା ଭାରତ ଗସ୍ତରେ ଆସୁଛନ୍ତି ସେନେଇ ମୁଁ ବହୁତ ଖୁସୀ। ଭାରତ ନିଜ ସମ୍ମାନୀୟ ଅତିଥିଙ୍କୁ ସ୍ଵାଗତ କରିବ।