ସମୁଦ୍ରକୁ ଗଲେ କାର୍ଯ୍ୟାନୁଷ୍ଠାନ...

ସମୁଦ୍ରକୁ ଗଲେ କାର୍ଯ୍ୟାନୁଷ୍ଠାନ...

ସମୁଦ୍ରକୁ ଗଲେ କାର୍ଯ୍ୟାନୁଷ୍ଠାନ...

ଭୁବନେଶ୍ଵର : ସମ୍ଭାବ୍ୟ ବାତ୍ୟା ଅସାନୀ ପାଇଁ ଏସଆରସିଙ୍କ କଡ଼ା ନିର୍ଦ୍ଦେଶ। ନିୟମ ନମାନି ମତ୍ସ୍ୟଜିବୀମାନେ ସମୁଦ୍ର ଭିତରକୁ ଗଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ। ୧୨ ତାରିଖ ପର୍ୟ୍ୟନ୍ତ ସମୁଦ୍ର ଭିତରକୁ ଯାଆନ୍ତୁ ନାହିଁ। ଯଦି କେହି ଏହି ନିୟମ ଅମାନ୍ୟ କରନ୍ତି ତେବେ ତାଙ୍କ ବିରୋଧରେ ବିପର୍ୟ୍ୟୟ ଆଇନ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ବାତ୍ୟା ପାଇଁ ସମୁଦ୍ର ଭିତରକୁ ମତ୍ସ୍ୟଜିବୀମାନେ ନଯିବାକୁ ବାରଣ କରାଯାଇଛି। ଏତଦ୍ ସତ୍ତ୍ଵେ ମଧ୍ୟ ମତ୍ସ୍ୟଜିବୀମାନେ ସମୁଦ୍ର ଭିତରକୁ ଯାଉଛନ୍ତି। ଯାହାଫଳରେ ଆଜି ଛତ୍ରପୁର ନିକଟ ଆର୍ୟ୍ୟପଲ୍ଲୀରେ ୪ଟି ଡଙ୍ଗା ବୁଡ଼ି ଯାଇଥିଲା। ତେବେ ଏହି ଡଙ୍ଗା ଗୁଡ଼ିକରେ ଥିବା ୧୫ରୁ ୨୦ ଜଣ ମତ୍ସ୍ୟଜିବୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି।