ସମଗ୍ର ଓଡିଶାରେ ଆସନ୍ତାକାଲି ଠାରୁ ଲାଗୁ ହେବ ନାଇଟ୍ କର୍ଫୁ୍ୟ

ସମଗ୍ର ଓଡିଶାରେ ଆସନ୍ତାକାଲି ଠାରୁ ଲାଗୁ ହେବ ନାଇଟ୍ କର୍ଫୁ୍ୟ

ସମଗ୍ର ଓଡିଶାରେ ଆସନ୍ତାକାଲି ଠାରୁ ଲାଗୁ ହେବ ନାଇଟ୍ କର୍ଫୁ୍ୟ
ଭୁବନେଶ୍ୱର : ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୩ ହଜାର ଛୁଇଁଛି । ଫଳରେ ସରକାର କଡ଼ା ଆଭିମୁଖ୍ୟ ପୋଷଣ କରିଛନ୍ତି । ୧୦ ଜିଲ୍ଲାରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ ସେହିସବୁ ଜିଲ୍ଲାରେ ଶନିବାର ଓ ରବିବାର ସଟଡାଉନ ପାଇଁ ଘୋଷଣା କରାଯାଇଛି । ସେହିପରି ସାରା ରାଜ୍ୟରେ ନାଇଟ କର୍ଫୁ୍ୟ କରାଯିବ ବୋଲି ମଧ୍ୟ ଘୋଷଣା ହୋଇଛି । ପୂର୍ବରୁ ରାଜ୍ୟ ସରକାର ସୁନ୍ଦରଗଡ଼, ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି, ମାଲକାନାଗିରି, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାରେ ନାଇଟ କର୍ଫୁ୍ୟ ଘୋଷଣା କରିଥିଲେ । ସେହି ସବୁ ଜିଲ୍ଲାରେ ରାତି ୧୦ରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ କର୍ଫୁ୍ୟ କରାଯାଇଥିଲା । କିନ୍ତୁ ଏବେ ସମୟ ବଦଳିଯାଇଛି । ସଂଧ୍ୟା ୬ରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ କର୍ଫୁ୍ୟ କରାଯିବ । ଅପରପକ୍ଷରେ ସେହି ସବୁ ଜିଲ୍ଲାର ସହରାଂଚଳରେ ଶନିବାର ଓ ରବିବାର ସଟଡାଉନ କରାଯିବ । ଏହାଛଡ଼ା ଅନ୍ୟ ୨୦ ଜିଲ୍ଲାର ସହରାଂଚଳରେ ରାତି ୯ରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ କର୍ଫୁ୍ୟ ହେବବୋଲି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଘୋଷଣା କରିଛନ୍ତି । ମାସ୍କ ନପିନ୍ଧିଲେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଦିଆଯାଇଛି । ଦୋକାନୀ ଓ କର୍ମଚାରୀ ମାସ୍କ ପିନ୍ଧିନଥିଲେ ଦୋକାନ ସିଲ କରାଯିବ ବୋଲି କୁହାଯାଇଥିବାବେଳେ ଅଟୋ ଓ ଟାକ୍ସିରେ ୨ ଜଣ ଯିବା ପାଇଁ ଅନୁମତି ମିଳିବ । ଆନ୍ତଃରାଜ୍ୟ ବସ ଚଳାଚଳ ବାତିଲ କରାଯାଇଛି । ରାଜ୍ୟ ଭିତରେ ବସ ଚଳାଚଳ କରିବ । କିନ୍ତୁ କେହି ଠିଆ ହୋଇ ଯାଇପାରିବେ ନାହିଁ । ସିନେମା ହଲଗୁଡ଼ିକ ୫୦% ସିଟରେ ଖୋଲିପାରିବ । ଯାତ୍ରା ପାଇଁ ସର୍ବାଧିକ ୧ ହଜାର ଲୋକଙ୍କୁ ଅନୁମତି ମିଳିବ ବୋଲି ମୁଖ୍ୟ ସଚିବ କହିଛନ୍ତି ।