ସୁଧୁରୁଛି ବନ୍ୟା ସ୍ଥିତି : ସବୁ ସ୍କୁଲ ଛୁଟି

ସୁଧୁରୁଛି ବନ୍ୟା ସ୍ଥିତି : ସବୁ ସ୍କୁଲ ଛୁଟି

ସୁଧୁରୁଛି ବନ୍ୟା ସ୍ଥିତି : ସବୁ ସ୍କୁଲ ଛୁଟି
ମାଲକାନଗିରି:ବର୍ଷା କମିବା ପରେ ମାଲକାନଗିରି ଜିଲ୍ଲାରେ ବନ୍ୟା ପରିସ୍ଥିତି ସୁଧୁରିବା ଲାଗିଛି । ପୋଟେରୁ ଓ କାଙ୍ଗୋରୁକୋଣ୍ଡାର ପୋଲରୁ ବନ୍ୟାପାଣି ଖସିଛି । ମାଲକାନଗିରି-ମୋଟୁ ମଧ୍ୟରେ ଯାତାୟତ ସ୍ୱାଭାବିକ ହେବାରେ ଲାଗିଛି । ପାଙ୍ଗାମ ପୋଲ ଉପରେ ଏବେ ବି ୨ ଫୁଟର ପାଣି ଚାଲିଛି । ମାଲକାନଗିରି ଓ ଜୟପୁରକୁ ଯାତାୟାତ ପ୍ରଭାବିତ ହୋଇଛି । ଝାପରା ପୋଲ ଉପରେ ୩ ଫୁଟର ବନ୍ୟାପାଣି ଏପର୍ଯ୍ୟନ୍ତ ଚାଲିଛି । ଏହାଦ୍ୱାରା ମାଲକାନଗିରି- ଛତିଶଗଡକୁ ଯୋଗାଯୋଗ ବିଛିନ୍ନ କରିଛି । ସବୁ ଶିକ୍ଷାନୁଷ୍ଠାନ ଓ ଅଙ୍ଗନୱାଡି କେନ୍ଦ୍ର ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ । ୪୭ଟି ଆଶ୍ରୟସ୍ଥଳୀରେ ୫ ହଜାର ବନ୍ୟାବିପନ୍ନଙ୍କୁ ରନ୍ଧାଖାଦ୍ୟ ଦିଆଯାଉଛି ।