ଧାରା ୩୭୦ ଉଚ୍ଛେଦ ପରେ ଡରିଲା ପାକିସ୍ତାନ : ଭାରତୀୟ ହାଇକମିସନରଙ୍କୁ ବହିଷ୍କାର କଲା

ଧାରା ୩୭୦ ଉଚ୍ଛେଦ ପରେ ଡରିଲା ପାକିସ୍ତାନ : ଭାରତୀୟ ହାଇକମିସନରଙ୍କୁ ବହିଷ୍କାର କଲା

ଧାରା ୩୭୦ ଉଚ୍ଛେଦ ପରେ ଡରିଲା ପାକିସ୍ତାନ : ଭାରତୀୟ ହାଇକମିସନରଙ୍କୁ ବହିଷ୍କାର କଲା
ଇସଲମାବାଦ : ଜମ୍ମୁ କଶ୍ମୀର ସଂଭ୍ରାନ୍ତ ଧାରା ୩୭୦ ଉଚ୍ଛେଦ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ପର୍କ ଏବେ ଆହୁରି ତିକ୍ତ ହୋଇଛି । ଇସଲମାବାଦରେ ଥିବା ଭାରତୀୟ ହାଇକମିସନରଙ୍କୁ ପାକିସ୍ତାନ ବହିଷ୍କାର କରିବା ସହିତ ନୂଆଦିଲ୍ଲୀରୁ ଏହାର ହାଇକମିସନରଙ୍କୁ ପ୍ରତ୍ୟାହାର କରିନେବାକୁ ଘୋଷଣା କରିଛି । ଏହା ସହିତ ଭାରତ ସହିତ ଦ୍ୱିପାକ୍ଷିକ ବାଣିଜ୍ୟ କାରବାରକୁ ମଧ୍ୟ ସସପେଣ୍ଡ କରିଛି । ଭାରତର ୩୭୦ ଘୋଷଣାରେ ନୂଆଦିଲ୍ଲୀ ସହ କୂଟନୈତିକ ସମ୍ପର୍କ ସ୍ତରକୁ ଆହୁରି ହ୍ରାସ କରିବା । ଆଜି ଇସଲାମାବାଦର ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜାତୀୟ ସୁରକ୍ଷା କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି । ବୈଠକ ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ମୁଖପାତ୍ର କହିଛନ୍ତି ଯେ ଭାରତ ସହ କୂଟନୈତିକ ସମ୍ପର୍କ ପର୍ଯ୍ୟାୟ କ୍ରମେ ଛିନ୍ନ ହେବ ଏବଂ ସମସ୍ତ ଦ୍ୱିପାକ୍ଷିକ ସମ୍ପର୍କକୁ ବାତିଲ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ପାକିସ୍ତାନ ବିଦେଶ ମନ୍ତ୍ରୀ ଶାହ ମହେମୁଦ କୁରେଶି ଭାରତୀୟ ହାଇକମିସନରଙ୍କ ବହିଷ୍କାର ଘୋଷଣା କରି କହିଛନ୍ତି ଆମେ ମଧ୍ୟ ଭାରତରୁ ଆମ ହାଇକମିସନରଙ୍କୁ ଫେରାଇ ଆଣିବୁ ଏବଂ ଏଥିପାଇଁ ଖୁବ୍ଶୀଘ୍ର ପ୍ରକ୍ରିୟା ଆରମ୍ଭ କରିବୁ । ଅଜୟ ବିସାରିଆ ଇସଲାମାବାଦରେ ଭାରତର ହାଇକମିସନର ଅଛନ୍ତି । ସେହିଭଳି ମୋଇନୁଲ ହକ ନୂଆଦିଲ୍ଲୀରେ ପାକିସ୍ତାନର ହାଇକମିସନର ଅଛନ୍ତି । କିନ୍ତୁ ହକ୍ ତାଙ୍କ ଦାୟିତ୍ୱ ଗ୍ରହଣ କରି ନାହାନ୍ତି । ଇମ୍ରାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବହୁ ବରିଷ୍ଠ ସାମରିକ ଓ ବେସାମରିକ ଅଧିକାରୀ ଯୋଗ ଦେଇଥିଲେ । ବୈଠକରେ ଇମ୍ରାନ ପାକ୍ ସେନାରୁ ଅତ୍ୟନ୍ତ ସତର୍କ ରହି କାର୍ଯ୍ୟ କରିବାକୁ କହିଛନ୍ତି । ଭାରତର ନିଷ୍ପତ୍ତିକୁ ଜାତିସଂଘ ସୁରକ୍ଷା ପରିଷଦରେ ଚ୍ୟାଲେଞ୍ଜ କରାଯିବ ବୋଲି ଇମ୍ରାନ କହିଛନ୍ତି । ସେହିପରି ପାକିସ୍ତାନ ପକ୍ଷରୁ ଅନ୍ୟ ଏକ ବିବୃତି ଜାରି କରି କୁହାଯାଇଛି କଶ୍ମୀର ବାସିନ୍ଦାଙ୍କ ସମର୍ଥନରେ ଅଗଷ୍ଟ ୧୪କୁ ସ୍ୱାଧୀନତା ଦିବସ ଭାବେ ପାଳନ କରାଯିବ ଏବଂ ଭାରତର ସ୍ୱାଧୀନତା ଦିବସ ଅଗଷ୍ଟ ୧୫ ତାରିଖକୁ କଳା ଦିବସ ଭାବେ ପାଳନ କରାଯିବ । ଅନ୍ୟ ପକ୍ଷେ କଶ୍ମୀରରେ କୌଣସି ମାନବାଧିକାର ଉଲ୍ଲଂଘନ ନେଇ ଇମ୍ରାନ ସମସ୍ତ କୂଟନୈତିକ ଚ୍ୟାନେଲଗୁଡ଼ିକୁ ସକ୍ରିୟ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।