ସବୁ ଅନ୍ତରାଜ୍ୟ ବସ୍ ବନ୍ଦ

ସବୁ ଅନ୍ତରାଜ୍ୟ ବସ୍ ବନ୍ଦ

ସବୁ ଅନ୍ତରାଜ୍ୟ ବସ୍ ବନ୍ଦ
ଭୁବନେଶ୍ୱର: ଦେଶରେ ଚାଲିଛି କରୋନାର ସଂକ୍ରମଣର ଦ୍ୱିତୀୟ ଢେଉ । ଏହି ଦ୍ୱିତୀୟ ଢେଉରେ କରୋନାର କରାଳ ରୂପ ମଧ୍ୟ ଦେଖିବାକୁ ମିଳୁଛି । କରୋନାର ପ୍ରଥମ ଲହର ଠାରୁ କରୋନା ଦ୍ୱିତୀୟ ଲହର କ୍ଷିପ୍ର ଗତିରେ ମାଡି ମାଡି ଲାଗିଛି । ଆଜି ଦେଶରୁ ୨ ଲକ୍ଷ ୭୩୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଓଡିଶା ରାଜ୍ୟରେ ମଧ୍ୟ ୨୯୮୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କରୋନା ସଂକ୍ରମଣ ବୃଦ୍ଧି ରାଜ୍ୟରେ ମଧ୍ୟ ବଢି ଚାଲିଛି । ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । ରାଜ୍ୟର କରୋନା ଗ୍ରାଫ୍ ଉପର ମୁହାଁରେ ଚାଲିଛି । କରୋନା ଲେଉଟାଣି କୋପ ଭୟଙ୍କର ହେଲାଣୀ । ଦିନକୁ ଦିନ କରୋନା ମାଡି ମାଡି ଚାଲିଛି । ଏହାରି ଭିତରେ ଆସିଲା ଏକ ବଡ ଖବର । ତାହା ହେଲା କରୋନା କଟକଣା ନେଇ ମୁଖ୍ୟ ଶାସନ ସଚିବ ବଡ ଘୋଷଣା କରିଛନ୍ତି । ସୋମବାର ଠାରୁ ସବୁ ଅନ୍ତରାଜ୍ୟ ବସ୍ ଚଳାଚଳ ବନ୍ଦ ରହିବ । ରାଜ୍ୟ ଭିତରେ ବସ ଚାଲିବ, କେବଳ ସିଟିଂରେ ଯାଇପାରିବେ । ଅଟୋ, ଟ୍ୟାସ୍କିରେ ୨ ଜଣ ଯାତ୍ରୀ ଯାଇପରିବେ । ସିନେମା ହଲରେ ୫୦ ପ୍ରତିଶତ ସିଟ ପାଇଁ ଅନୁମତି ମିଳିବ । ଯାତ୍ରାରେ ୨ ହଜାର ଜାଗାରେ ଏଣିକି ୧ ହଜାର ଦର୍ଶକ ବସି ପାରିବେ । ସରକାରୀ ଅଫିସରେ ୫୦% କର୍ମଚାରୀଙ୍କୁ ନେଇ କାର୍ଯ୍ୟ ଚାଲିବ । ବେସରକାରୀ କାର୍ଯ୍ୟାଳୟ କର୍ମଚାରୀ ହ୍ରାସ ପାଇଁ ନିଦେ୍ର୍ଧଶ ଦିଆଯାଇଛି ।