ଶ୍ରୀଲଙ୍କା ଫେରିଲେ ପଳାତକ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ
ଶ୍ରୀଲଙ୍କା ଫେରିଲେ ପଳାତକ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ
କଲମ୍ବୋ : ଶ୍ରୀଲାଙ୍କାର ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ ଥାଇଲାଣ୍ଡରୁ ଶ୍ରୀଲାଙ୍କା ଫେରିଛନ୍ତି । ସେ ଶ୍ରୀଲଙ୍କା ସଙ୍କଟ ସମୟରେ ଇସ୍ତଫା ଦେଇ ଜୁଲାଇ ୧୩ ତାରିଖରେ ଦେଶ ଛାଡି ପଳାୟନ କରିଥିଲେ । ପ୍ରଥମେ ମାଳଦୀପ ଏବଂ ପରେ ସିଙ୍ଗାପୁର ଓ ଥାଇଲାଣ୍ଡରେ ଆଶ୍ରୟ ନେଇଥିଲେ । ରାଜପକ୍ଷଙ୍କ ଇସ୍ତଫା ପରେ ଶ୍ରୀଲଙ୍କା ସଂସଦ ରାନିଲ ବିକ୍ରସିଂଘେ ଅସ୍ଥାୟୀ ରାଷ୍ଟ୍ରପତି ଭାବରେ ନିଯୁକ୍ତ କରିଥିଲା ।
ଗଣମାଧ୍ୟମର ରିପୋର୍ଟ ଅନୁସାରେ, ବିକ୍ରମସିଂଘେ ରାଜପକ୍ଷଙ୍କ ଫେରିବାକୁ ନେଇ ସମସ୍ତ ବ୍ୟବସ୍ଥା କରିଥିଲେ । ଗତ ମାସ ୧୯ତାରିଖରେ ଏସଏଲପିପି ସାଧାରଣ ସମ୍ପାଦକ ସାଗରା କରିୱାସମ୍ ରାଷ୍ଟ୍ରପତି ବିକ୍ରମକସିଂଘେଙ୍କ ସହ ଅନୁଷ୍ଠିତ ଏକ ବୈଠକରେ ଗୋଟାବାୟାଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ଅନୁରୋଧ କରିଥିଲେ ।




admin 