ନିଖୋଜ ବିମାନର ଭଗ୍ନାଂଶ ଠାବ

ନିଖୋଜ ବିମାନର ଭଗ୍ନାଂଶ ଠାବ

ନିଖୋଜ ବିମାନର ଭଗ୍ନାଂଶ ଠାବ
ନୂଆଦିଲ୍ଲୀ: ବାୟୁସେନାର ନିଖୋଜ ଏଏନ-୩୨ ବିମାନର ଭଗ୍ନାଂଶ ଠାବ ହୋଇଛି । ଅରୁଣାଚଳ ପ୍ରଦେଶର ଲିପୋରେ ଭଗ୍ନାଂଶ ଠାବ କରାଯାଇଛି । ଆସାମର ଜୋରହାଟରୁ ବିମାନ ବାହାରି ଅରୁଣାଚଳ ପ୍ରଦେଶକୁ ଉଡି ଯାଉଥିଲା । ବିମାନଟି ଅରୁଣାଚଳ ପ୍ରଦେଶକୁ ଉଡି ଯାଉଥିବା ସମୟରେ ନିଖୋଜ ହୋଇ ଯାଇଥିଲା । ଭାରତୀୟ ବାୟୁସେନା ମଙ୍ଗଳବାରକୁ ଅରୁଣାଚଳ ପ୍ରଦେଶର ଲିପୋ ଠାରୁ ୧୬ କିମି ଦୂରରେ ଥିବା ୧୨ ହଜାର ଫୁଟ ଉଚ୍ଚତାରୁ ବିମାନର ଭଗ୍ନାଂଶକୁ ଉଦ୍ଧାର କରିଛି । ବାୟୁସେନା ବିମାନ ଏଏନ-୩୨ ଜୁନ୍ ୩ ତାରିଖରୁ ନିଖୋଜ ଥିଲା । ଏହି ବିମାନରେ ୧୩ ଜଣ ଯାତ୍ରୀ ଥିଲେ ।