ଶ୍ରମିକଙ୍କୁ ହତ୍ୟା କରିଥିବା ୨ ଆତଙ୍କବାଦୀ ମୃତ
ଶ୍ରମିକଙ୍କୁ ହତ୍ୟା କରିଥିବା ୨ ଆତଙ୍କବାଦୀ ମୃତ
ଶ୍ରୀନଗର: ପୁଲୁୱାମା୍ରେ ଜଣେ ଶ୍ରମିକଙ୍କୁ ଗୁଳିକରି ହତ୍ୟା କରିଥିବା ଆତଙ୍କବାଦୀ ଆଦିଲ ଅହମ୍ମଦକୁ ଏନ୍କାଉଣ୍ଟର୍ କରାଯାଇଛି। ସେନା ଗୁଳିରେ ଆଦିଲର ମୃତୁ୍ର ହୋଇଛି। ଆଦିଲ ପାକିସ୍ତାନ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଇବାର ଜିଲ୍ଲା କମାଣ୍ଡର ଥିବା କୁହାଯାଉଛି। ଏହି ଘଟଣାରେ ଆଉ ଜଣେ ଆତଙ୍କବାଦୀ ଶାକିରର ମଧ୍ୟ ମୃତ୍ୟୁ ହୋଇଛି। ତାଙ୍କୁ ମଧ୍ୟ ଭାରତର ଯବାନ ଏନ୍କାଉଣ୍ଟର୍ କରିଛନ୍ତି। ସେନାବାହିନୀ ପକ୍ଷରୁ ଏହି ଅପରେସନ୍କୁ ଶେଷ କରାଯାଇଛି। ଗତ ୧୫ ଦିନ ମଧ୍ୟରେ ୧୫ ଆତଙ୍କବାଦୀଙ୍କୁ ଏନ୍କାଉଣ୍ଟର୍ କରାଯାଇଥିବା ଜଣାଯାଇଛି। ଅନ୍ୟପକ୍ଷରେ ଏନଆଇଏ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରହିଛି। ଆତଙ୍କବାଦୀଙ୍କୁ ସହାୟତା କରୁଥିବା ଲୋକଙ୍କୁ ଖୋଜି ଖୋଜି କାର୍ୟ୍ୟାନୁଷ୍ଠାନ ନିଆଯାଉଥିବା ଜଣାପଡ଼ିଛି। କାଶ୍ମୀରର ୧୨ଟି ସ୍ଥାନରେ ଏନ୍ଆଇଏ ପକ୍ଷରୁ ରେଡ୍ କରାଯାଉଛି। ଗତ କିଛିଦିନ ଧରି ଜମ୍ମୁ ଓ କାଶ୍ମିରେ ସାଧାରଣ ଲୋକଙ୍କୁ ଟାର୍ଗେଟ୍ କରି ହତ୍ୟା କରାଯାଉଥିବା ଘଟଣାର ପ୍ରତିବାଦରେ ଏହି କାର୍ୟ୍ୟାନୁଷ୍ଠାନ ନିଆଯାଉଛି।




admin 