ଲଖିମପୁର ଖେରି ଘଟଣା: ସୁପ୍ରିମ୍କୋର୍ଟରେ ଷ୍ଟାଟସ ରିପୋର୍ଟ ଦାଖଲ କଲେ ରାଜ୍ୟ ସରକାର
ଲଖିମପୁର ଖେରି ଘଟଣା: ସୁପ୍ରିମ୍କୋର୍ଟରେ ଷ୍ଟାଟସ ରିପୋର୍ଟ ଦାଖଲ କଲେ ରାଜ୍ୟ ସରକାର
ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଲଖିମପୁର ଖେରି କୃଷକଙ୍କୁ ଗାଡ଼ି ଚଢ଼ାଇ ହତ୍ୟା ଘଟଣାରେ ସୁପ୍ରିମ୍ କୋର୍ଟରେ ଶୁଣାଣି ଜାରି ରହିଛି। ଏହି ଘଟଣାରେ ରାଜ୍ୟ ସରକାର ଷ୍ଟାଟସ୍ ରିପୋର୍ଟ ଦାଖଲ କରାଯାଇଛି। ଏହି ଘଟଣାର ପରବର୍ତ୍ତୀ ଶୁଣାଣି ୨୬ ତାରିଖରେ କରାଯିବ ବୋଲି ସୁପ୍ରିମ୍ କୋର୍ଟ ପକ୍ଷରୁ କୁହାଯାଇଛି। ଏହି ଘଟଣାରେ କି କି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିଛି ବୋଲି ସୁପ୍ରିମ୍ କୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ଯବାବରେ ରାଜ୍ୟ ସରକାରଙ୍କ ଓକିଲ ହରିଶ ସାଲ୍ଭେ ସରକାରଙ୍କ ପକ୍ଷରୁ କି କି କାର୍ୟ୍ୟାନୁଷ୍ଠାନ ନିଆଯାଇଛି ସେ ସଂପର୍କରେ ସୂଚନା ଦେଇଛନ୍ତି। ଆଜି ପର୍ୟ୍ୟନ୍ତ କେତେଜଣଙ୍କୁ ଗିରଫ କରାଯାଇଛି, ତଦନ୍ତ କେତେ ଆଗେଇଛି ସେ ସଂପର୍କରେ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ସୁପ୍ରିମ୍ କୋର୍ଟ ଏହି ଘଟଣାରେ ପୀଡ଼ିତଙ୍କ ବୟାନ ରେକର୍ଡ କରିବାକୁ ନିର୍ଦେଶ ଦେଇଥିବା ଜଣାପଡ଼ିଛି।




admin 