ମନ୍ତ୍ରୀଙ୍କ ଘରକୁ ଅଣ୍ଡା ମାଡ଼
ମନ୍ତ୍ରୀଙ୍କ ଘରକୁ ଅଣ୍ଡା ମାଡ଼
ଭୁବନେଶ୍ୱର: ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଭବାନିପାଟଣା ସ୍ଥିତ ବାସବଭବନରେ ହୋଇଛି ଅଣ୍ଡାମାଡ଼। ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଅଣ୍ଡା ମାଡ଼ କରାଯାଇଛି। ମମିତା ମୃତ୍ୟୁ ମାମଲାରେ ମନ୍ତ୍ରୀ ସନ୍ଦେହଘେରକୁ ଆସିବା ପରେ ତାଙ୍କର ଇସ୍ତଫା ଦାବି କରି ତାଙ୍କ ଗୃହ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି କଳାହାଣ୍ଡି ବିଜେପି ମହିଳା ମୋର୍ଚ୍ଚା ସଦସ୍ୟ । ଗତକାଲି ମନ୍ତ୍ରୀଙ୍କ ଭୁବନେଶ୍ୱର ସ୍ଥିତ ବାସଭବନକୁ କଂଗ୍ରେସ ଛାତ୍ରଗୋଷ୍ଠୀ ପକ୍ଷରୁ ଅଣ୍ଡା ମାଡ କରାଯାଇଥିଲା । ମମିତା ମେହେର ନିଖୋଜ ଏବଂ ହତ୍ୟା ମାମଲାରେ ପ୍ରମୁଖ ଦୋଷୀ କୁହାଯାଉଥିବା ଗୋବିନ୍ଦ ସାହୁକୁ ଗତକାଲି ପୋଲିସ ଗିରଫ କରିଛି । ତେବେ ଗୋବିନ୍ଦଙ୍କ ସହିତ ମନ୍ତ୍ରୀଙ୍କର ଘନିଷ୍ଠ ସମ୍ପର୍କ ରହିଥିବା ଜଳଜଳ ହୋଇ ଲୋକ ଲୋଚନକୁ ଆସି ସାରିଥିବାରୁ ଏହି ମାମଲାକୁ ସେ ଚପାଇ ଦେବାକୁ ଉଦ୍ୟମ କରୁଥିବା ଏବଂ ତଦନ୍ତକୁ ବାଟବଣା କରିବାକୁ ଉଦ୍ୟମ କରି ପାରନ୍ତି ବୋଲି ବିଜେପି ଅଭିଯୋଗ କରି ତାଙ୍କର ଇସ୍ତଫା ଦାବି କରିଛି । ପୁର୍ବରୁ ପୋଲିସ ତାକୁ ଆଣି ୪ ଦିନ ତାନାରେ ରଖିବା ପରେ ସେ ଥାନାରୁ ଖସି ପଳାଇବାରେ ସକ୍ଷମ ହୋଇଥିଲା ।
ମମିତା ଗତ ୭ ତାରିଖରେ ଘରୁ ଯାଇଥିଲେ ମଧ୍ୟ ଦିର୍ଘ ଦିନ ଧରି ତାଙ୍କର କୌଣସି ପତ୍ତା ମିଳୁ ନଥିଲା । ଏହା ପରେ ପୋଲିସ ତଦନ୍ତ କରି ନିର୍ମାଣଧିନ ସ୍କୁଲ ପଡିଆରେ ଗତକାଲି ଦଗ୍ଧ ଅବସ୍ଥାରେ ଏକ ଶବ ଉଦ୍ଧାର କରିଥିିଲା । ତେବେ ଏହା ମମିତାଙ୍କର ଶରିର ବୋଲି ଆଶଙ୍କା କରାଯାଉଛି । ତେବେ ଏହି ମାମଲାର ମୁଖ୍ୟ ଦୋଷୀ ଗୋବିନ୍ଦ ସାହୁ ଏହି ହତ୍ୟା କରିଥିବା ସ୍ୱୀକାର କରିଥିବା ନେଇ ସୂଚନା ମିଳିଛି । ଏହା ସହିତ ଜେସିବି ଡ୍ରାଇଭର,ଷ୍ଟାଡିୟମ ମୁନସିଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଥିବା ବେଳେ ଏହି ମାମଲାରେ ଅନ୍ୟମାନଙ୍କୁ ପୋଲିସ ଖଜା ଜାରି ରଖିଛି ।




admin 