ଶର୍ମିଷ୍ଠାଙ୍କୁ ରିମାଣ୍ଡରେ ନେଲା କ୍ରାଇମ୍ବ୍ରାଞ୍ଚ
ଶର୍ମିଷ୍ଠାଙ୍କୁ ରିମାଣ୍ଡରେ ନେଲା କ୍ରାଇମ୍ବ୍ରାଞ୍ଚ
ଭଦ୍ରକ: କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କୁ ଗତକାଲି ପୁଲିସ ଗିରଫ କରିଥିଲା। ଆଜି ତାଙ୍କୁ ୫ ଦିନିଆ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ ଟିମ୍ । ଶର୍ମିଷ୍ଠାଙ୍କ ସହ ତାଙ୍କ ସହଯୋଗୀ ଝୁନା ଭୋଇ, ସୂଚନା ଓ ଲୋକସଂପର୍କ ବିଭାଗର ପୂର୍ବତନ ବୈଷୟିକ ନିର୍ଦ୍ଦେଶକ ନିରଂଜନ ସେଠୀ ଏବଂ ରାଜ୍ କମ୍ୟୁନିକେସନ୍ର ମାଲିକ ରଂଜନ ନାୟକଙ୍କୁ ମଧ୍ୟ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ।
ଏହି ୪ ଜଣଙ୍କୁ ଭଦ୍ରକ ମେଡିକାଲରେ ଟେଷ୍ଟ ପରେ କଟକସ୍ଥିତ କ୍ରାଇମବ୍ରାଞ୍ଚ କାର୍ୟ୍ୟାଳୟ ଅଭିମୁଖେ ନିଆଯାଇଥିବା ଜଣାଯାଇଛି। କ୍ରାଇମବ୍ରାଞ୍ଚ ଡିଏସ୍ପି କଳ୍ପନା ସାହୁଙ୍କ ନେତୃତ୍ୱରେ ୨ଟି ଗାଡ଼ିରେ ଆଜି ସକାଳୁ ସେମାନଙ୍କୁ କଟକ ଅଭିମୁଖେ ନିଆଯାଇଛି। ସେଠାରେ ସେମାନଙ୍କୁ ପ୍ରଥମେ ଏକୁଟିଆ ଜେରା କରାଯିବ । ଏହାପରେ ମୁହାଁମୁହିଁ ଜେରା କରାଯାଇ ସତ ସାମାନାକୁ ଅଣାଯିବ ବୋଲି ସୂଚନା ମିଳିଛି। ।
ମାନସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ୮ ଜଣଙ୍କୁ ଗିରଫ କରିଛି। ହେଲେ ହତ୍ୟାର କାରଣ ଏଯାଏଁ ସମ୍ମୁଖକୁ ଆସିନି। ୪ ଅଭିଯୁକ୍ତଙ୍କୁ ୫ ଦିନ ପାଇଁ କ୍ରାଇମବ୍ରାଞ୍ଚ ରିମାଣ୍ଡରେ ନେଇଥିବା ବେଳେ ଏହି ସମୟ ମଧ୍ୟରେ ସେମାନଙ୍କ ପାଖରୁ ସତ ବାହାର କରିବାକୁ ଚଳାଇବ ଚେଷ୍ଟା। ଏହାପରେ ସେମାନଙ୍କୁ ଦୟାଲ ଆଶ୍ରମ ନିଆଯାଇ ସିନ୍ ରିକ୍ରିଏଟ କରାଯିବାର ସମ୍ଭାବନା ଥିବା ଜଣାଯାଇଛି। ସେଠାରେ କେଉଁ କେଉଁ ମାରଣାସ୍ତ୍ର ବ୍ୟବହାର କରାଗଲା, କିଏ ଓ କିପରି ଆକ୍ରମଣ କଲା, ଏହାପରେ ମୃତଦେହ କିପରି ବାହରକୁ ନେଲେ, ସେ ନେଇ ସବିଶେଷ ତଥ୍ୟ ସଂଗ୍ରହ କରିବ ଟିମ୍। ଏହାପରେ ଶବ ପୋତା ହୋଇଥିବା ସ୍ଥାନ ନୟାଗଡ଼କୁ ମଧ୍ୟ ଅଭିଯୁକ୍ତଙ୍କୁ ନିଆଯାଇପାରେ ବୋଲି ସୂଚନା ମିଳିଛି।