ଦେଶରେ ୨୪ ଘଣ୍ଟାରେ ୧,୨୫୯ କରୋନା ସଂକ୍ରମିତ ଚିହ୍ନଟ
ଦେଶରେ ୨୪ ଘଣ୍ଟାରେ ୧,୨୫୯ କରୋନା ସଂକ୍ରମିତ ଚିହ୍ନଟ
ନୂଆଦିଲ୍ଲୀ: ଦେଶରେ ଦିନକୁଦିନ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ଗତ ୨୪ଘଣ୍ଟାରେ ଦେଶରେ ୧ହଜାର ୨୫୯ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ସମୟ ମଧ୍ୟରେ ୩୩ଜଣ କରୋନା ଆକ୍ରାନ୍ତଙ୍କ ମୃତୁ୍ୟ ହୋଇଥିବା ସୂଚନା ମିଳିଛି ।
ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ କରୋନା ଆକ୍ରନ୍ତଙ୍କ ସଂଖ୍ୟା ୪କୋଟି ୩୦ଲକ୍ଷ ୨୧ହଜାର ୯୮୨କୁ ବୃଦ୍ଧି ପାଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଏବେ ସୁଦ୍ଧା ଦେଶରେ ୪କୋଟି ୨୪ଲକ୍ଷ ୭୦ହଜାର ୫୧୫ଜଣ ସୁସ୍ଥ ହୋଇଥିବାବେଳେ ୧୫ହଜାର ୩୭୮ ସକ୍ରିୟ ମାମଲା ରହିଛି । ଦେଶରେ କରୋନା ମୃତୁ୍ୟ ସିଂଖ୍ୟା ୫ଲକ୍ଷ ୨୧ହଜାର ୭୦ରେ ପହଞ୍ଚିଛି ।