ପ୍ରଶାନ୍ତ ଜଗଦ୍ଦେବ ଅସୁସ୍ଥ

ପ୍ରଶାନ୍ତ ଜଗଦ୍ଦେବ ଅସୁସ୍ଥ

ପ୍ରଶାନ୍ତ ଜଗଦ୍ଦେବ ଅସୁସ୍ଥ

 ଭୁବନେଶ୍ୱର: ଗିରଫ ଚିଲିକା ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ  ଅସୁସ୍ଥ। ବିଳମ୍ବିତ ରାତିରେ ଅସୁସ୍ଥ କାରଣରୁ ତାଙ୍କୁ ବାଣପୁର ସବଜେଲରୁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ସେ ହଠାତ୍ ଅସୁସ୍ଥ ହୋଇପଡିଥିଲେ । ଏଥିପାଇଁ ତାଙ୍କୁ ଭୁବନେଶ୍ୱର ଅଣାଯାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

 

ସୂଚନା ଅନୁସାରେ ଗତ କିଛି ଦିନ ତଳେ ପ୍ରଶାନ୍ତ ଜଗଦେ୍ଧବ ଜନଗହଳିପୂର୍ଣ୍ଣ ସ୍ଥାନକୁ ଗାଡ ଚଢେଇ  ଦେଇଥିଲେ । ଏଥିରେ ଅନେକ ଲୋକ ଆହତ ହେବା ସହ କିଛି ପୋଲିସ୍ କର୍ମଚାରୀମାନେ ମଧ୍ୟ ଗୁରୁତର ଆହତ ହୋଇଥିଲେ । ଏଥିପାଇଁ ଘଟଣାସ୍ଥଳରେ ଉତ୍ତେଜନ ସୃଷ୍ଟି ହୋଇଥିଲା । ଉତ୍ତ୍ୟକ୍ତ ଲୋକମାନେ ତାଙ୍କୁ ଗାଡି ଭିତରୁ ଘୋଷାଡି ଆଣି ଆକ୍ରମଣ କରିଥିଲେ । ଆକ୍ରମଣରେ ପ୍ରଶାନ୍ତ ଜଗଦେ୍ଧବ ମଧ୍ୟ ଗୁରୁତର ଭାବେ ଆହତ ହୋଇଥିଲେ । ତାଙ୍କ ମୁଣ୍ଡରେ ଗଭୀର ଭାବେ ଆଘାତ ଲାଗିଥିଲା । ତାଙ୍କୁ ଲହୁଲୁହାଣ ଅବସ୍ଥାରେ ଡାକ୍ତରଖାନରେ ଭର୍ତ୍ତି କରାଯାଇଥିଲା ।ଏଭଳି ଅଭାବନୀୟ କାଣ୍ଡ ଘଟାଇଥିବାରୁ, ସେ ସୁସ୍ଥ ହେବାପରେ ପୋଲିସ୍ ତାଙ୍କୁ ଗିରଫ କରିଥିଲା ।