୨୯ରେ ଶପଥ ନେବେ ପେମା ଖାଣ୍ଡୁ

୨୯ରେ ଶପଥ ନେବେ ପେମା ଖାଣ୍ଡୁ

୨୯ରେ ଶପଥ ନେବେ ପେମା ଖାଣ୍ଡୁ
ଇଟାନଗର: ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ପେମା ଖାଣ୍ଡୁ ଆସନ୍ତା ୨୯ ତାରିଖରେ ଶପଥ ନେବେ । ୬୦ ଆସନ ବିଶିଷ୍ଟ ଅରୁଣାଚଳ ପ୍ରଦେଶ ବିଧାନସଭାରେ ବିଜେପି ୪୧ଟ ଆସନରେ ଐତିହାସିକ ବିଜୟ ହାସଲ କରି ଦ୍ୱିତୀୟ ଥର ପାଇଁ ସରକାର ଗଠନ କରିବ । ଇଟାନଗରଠାରେ ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଜେପି ନଡ୍ଡା, ରାମ ମାଧବ ଏବଂ ହିମନ୍ତ ବିଶ୍ୱଶର୍ମାଙ୍କ ଉପସ୍ଥିତିରେ ପୋମା ଖାଣ୍ଡୁ ସର୍ବସମ୍ମତକ୍ରମେ ବିଧାୟକ ଦଳ ନେତା ନିର୍ବାଚିତ ହୋଇଚନ୍ତି । ପରେ ସେ ରାଜ୍ୟପାଳ ବି.ଡି ମିଶ୍ରଙ୍କୁ ଭେଟି ସରକାର ଗଠନ କରିବା ପାଇଁ ଦାବି ଉପସ୍ଥାପନ କରିଥିଲେ । ରବିବାର ସେ ରାଜ୍ୟପାଳଙ୍କୁ ସାକ୍ଷାତ କରି ନିଜର ତଥା କ୍ୟାବିନେଟର ଇସ୍ତଫା ପ୍ରଦାନ କରିଥିଲେ । ସୁଚନାଯୋଗ୍ୟ ଅରୁଣାଚଳ ପ୍ରଦେଶର ନବମ ବିଧାନସଭାର କାର୍ଯ୍ୟକାଳ ଜୁନ ପହିଲାରେ ଶେଷ ହେଉଛି ଓ ତାହା ପୂର୍ବରୁ ନୂଆ ବିଧାନସଭା ଗଠିତ ହେବା ଆବଶ୍ୟକ ।