ଶର୍ମିଷ୍ଠା-ନିରଞ୍ଜନଙ୍କୁ ଏକାଠି ଜେରା

ଶର୍ମିଷ୍ଠା-ନିରଞ୍ଜନଙ୍କୁ ଏକାଠି ଜେରା

ଶର୍ମିଷ୍ଠା-ନିରଞ୍ଜନଙ୍କୁ ଏକାଠି ଜେରା

ଭୁବନେଶ୍ୱର : କ୍ରାଇମବ୍ରାଂଚ ମାନସ ହତ୍ୟା ମାମଲାର ତଦନ୍ତ ଭାର ହାତକୁ ନେବା ପରେ ତଦନ୍ତ ଆହୁରି ଗତିଶୀଳ ହୋଇଛି  । ଆଜି କ୍ରାଇମବ୍ରାଂଚ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଓ ମୁଖ୍ୟ ଷଡ଼ଯନ୍ତ୍ରକାରୀ ନିରଞ୍ଜନ ସେଠୀଙ୍କୁ ମୁହାଁମୁହିଁ ଜେରା କରିଥିବା ଜଣାପଡ଼ିଛି  ।

ଗତକାଲି କ୍ରାଇମବ୍ରାଞ୍ଚ ବସ ଭିତରୁ ଶର୍ମିଷ୍ଠା ଓ ସହଯୋଗୀ ଝୁନାକୁ ଗିରଫ କରିଥିଲା  । ଗିରଫ ପରେ ଆଜି କ୍ରାଇମବ୍ରାଂଚ ଜେରା ଆରମ୍ଭ କରିଛି  । ଶର୍ମିଷ୍ଠା, ଝୁନା ଓ ନିରଞ୍ଜନଙ୍କୁ ପଚରାଉଚରା କରିଛି  । ଉଭୟଙ୍କୁ ମୁହାଁମୁହିଁ କରି ଜେରା କରିବା ସହ ଅଧିକ ତଥ୍ୟ ହାସଲ କରାଯାଇଛି  । କିନ୍ତୁ କି କି ତଥ୍ୟ ମିଳିଛି ସେ ସମ୍ପର୍କରେ ସବିଶେଷ ତଥ୍ୟ ମିଳିପାରିନାହିଁ  ।

ମାନସ ହତ୍ୟା ମାମଲାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଚାଲିଛି  । କେଉଁ ପରିସ୍ଥିତିରେ ମାନସଙ୍କୁ ହତ୍ୟା କରାଗଲା, ହତ୍ୟାକାଣ୍ଡର କ’ଣ କାରଣ ରହିଛି ତାହାକୁ ନେଇ ଖୋଳତାଡ଼ ଜାରିରହିଛି  । ରହସ୍ୟମୟ ଚିପରେ କ’ଣ ରହିଛି ସେ ବିଷୟରେ ନିରଞ୍ଜନ ଓ ଶର୍ମିଷ୍ଠାଙ୍କୁ ମୁହାଁମୁହିଁ ଜେରା କରି ତଥ୍ୟ ଆଣିବାକୁ କ୍ରାଇମବ୍ରାଞ୍ଚ ଯୋଜନା କରିଛି  । ଏପରିକି ସମସ୍ତଙ୍କର ମିଛ ଧରା ପରୀକ୍ଷା ମଧ୍ୟ କରାଯିବ ବୋଲି ଜାଣିବାକୁ ମିଳିଛି  ।