ଶର୍ମିଷ୍ଠା, ନିରଞ୍ଜନ, ରଞ୍ଜନ, ଝୁନାଙ୍କୁ ଜେରା

ଶର୍ମିଷ୍ଠା, ନିରଞ୍ଜନ, ରଞ୍ଜନ, ଝୁନାଙ୍କୁ ଜେରା

ଶର୍ମିଷ୍ଠା, ନିରଞ୍ଜନ, ରଞ୍ଜନ, ଝୁନାଙ୍କୁ ଜେରା

ଭୁବନେଶ୍ୱର: କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ଶର୍ମିଷ୍ଠା ରାଉତଙ୍କ ସହ ୪ ଅଭିଯୁକ୍ତଙ୍କୁ ଜେରା କରାଯାଉଛି। ଝୁନା ଭୋଇ, ନିରଞ୍ଜନ ସେଠୀ ଓ ରଞ୍ଜନ ନାୟକଙ୍କୁ କ୍ରାଇମବ୍ରାଞ୍ଚ ଆଣିଛି । ଶର୍ମିଷ୍ଠାଙ୍କ ସହ  ୪ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚ ରିମାଣ୍ଡରେ ଆଣିଛି ।  ବର୍ତ୍ତମାନ ଏମାନଙ୍କୁ କ୍ରାଇମବ୍ରାଞ୍ଚଜେରା କରୁଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ସମସ୍ତଙ୍କୁ ଜଣ ଜଣ କରି ପ୍ରଶ୍ନ ପଚରାଯିବ ।


ସୂଚନା ଅନୁସାରେ ଗତକାଲି ଶର୍ମିଷ୍ଠା କୋଲକାତାରୁ ବସରେ ଫେରୁଥିଲେ  । ବସରେ କୋଲକାତାରୁ ଭୁବନେଶ୍ୱର ଫେରିଲାବେଳେ ଶର୍ମିଷ୍ଠାଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଛି । କେଲକାତା ଗୌହାଟିରେ କିଛି ଦିନ ରହିଥିଲେ ଶର୍ମିଷ୍ଠା । ଏମିତିକି ରେଳ  ଷ୍ଟେସନରେ କିଛି ଦିନ ଆଶ୍ରୟ ନେଇଥିବା ସୂଚନା ମିଳିଛି ।