ଲୋକସେବା ଭବନ ଉଦ୍ୟାନରେ ନବୀନ

ଲୋକସେବା ଭବନ ଉଦ୍ୟାନରେ ନବୀନ

ଲୋକସେବା ଭବନ ଉଦ୍ୟାନରେ ନବୀନ

ଭୁବନେଶ୍ୱର: ଢେର ଦିନ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନ ପରିସରରେ ପହଞ୍ଚିଥିଲେ, ସେଠାରେ ଥିବା ଉଦ୍ୟାନ ବୁଲି ଦେଖିଛନ୍ତି। ପ୍ରଥମେ ମୁଖ୍ୟମନ୍ତ୍ରୀ ରାଜ୍ୟସ୍ଥରୀୟ ସାଧାରଣତନ୍ତ୍ର ଦିବସ ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗ ଦେବା ପରେ ଲୋକସେବା ଭବନକୁ ଯାଇଥିଲେ। ସେଠାରେ ସେ ଲୋକସେବା ଭବନରେ ଥିବା ଉଦ୍ୟାନ ମଧ୍ୟରେ କିଛି ସମୟ କଟାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହ ଆଜି ଉଦ୍ୟାନ ପରିଭ୍ରମଣ ବେଳେ କୌଣସି ଅଧିକାରୀ ନ ଥିଲେ, କେବଳ ସୁରକ୍ଷାକର୍ମୀ ରହିଥିଲେ।
ବ୍ୟସ୍ତବହୁଳ ରାଜନୈତିକ ଜୀବନରେ ଆଜି କିଛି ସମୟ ପାଇଁ ଉଦ୍ୟାନ ଓ ବିଭିନ୍ନ ଫୁଲ ସବୁ ଦେଖି ମୁଖ୍ୟମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରୁଥିବା ସ୍ପଷ୍ଟ ବାରି ହୋଇପଡ଼ିଥିଲା।