କନିକା ରାଜ ପରିବାରରେ ବିଭତ୍ସ ହତ୍ୟା

କନିକା ରାଜ ପରିବାରରେ ବିଭତ୍ସ ହତ୍ୟା

କନିକା ରାଜ ପରିବାରରେ ବିଭତ୍ସ ହତ୍ୟା

କଟକ: ରାଜପରିବାରରେ ଲାଗିଛି ରକ୍ତର ଛିଟା । କନିକା ରାଜାଙ୍କ ପରିବାରରେ ଘଟିଛି ଲୁମଟାଙ୍କୁରା ହତ୍ୟାକାଣ୍ଡ । କଟକ ଶ୍ରୀ ବିହାର କଲୋନୀରେ ଘଟିଛି ଏହି ବିଭତ୍ସ ହତ୍ଯାକାଣ୍ଡ। ମୃତ ମହିଳା ଜଣକ ହେଲେ ପରେଶ କୁମାରୀ ସିଂହଦେଓ। ସେ କନିକା ରାଜାଙ୍କ ନାତୁଣୀ ବୋହୂ ବୋଲି ଜଣାପଡିଛି। ଅଭିଯୁକ୍ତ ପୁଅ ଗୋପାଳ ଭଞ୍ଜଦେଓକୁ ବିଡ଼ାନାସୀ ଥାନାରେ ଅଟକ ରଖିଛି ପୁଲିସ। ମୃତ ମହିଳାଙ୍କ ପୁଅ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଖବର ପାଇ ଘଟଣାସ୍ଥଳରରେ ପହଁଚି ତଦନ୍ତ ଆରମ୍ଭ କରିଛି ବିଡାନାସୀ ଥାନା ପୋଲିସ। ଅଭିଯୋଗ ଆଧାରରେ ପୁଅକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ। ତେବେ ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ ମଧ୍ଯ ପହଁଚିଛି।

ମୃତ ମହିଳାଙ୍କ ଝିଅ ଜୟନ୍ତୀ ସାମନ୍ତରାୟଙ୍କ ପ୍ରତିକ୍ରିୟା ଅନୁଯାୟୀ, ତାଙ୍କ ଭାଇ ମାଙ୍କୁ ସବୁବେଳେ ମାରଧର କରନ୍ତି। ସେଥିପାଇଁ ତାଙ୍କ (ଝିଅ ) ପାଖରେ ରହିବାକୁ ମା କହୁଥିଲେ। ତେବେ ଆଜି ସକାଳେ ଭାଇ ମାଙ୍କୁ ଆକ୍ରମଣ କରିବା ସହ ହତ୍ଯା କରିଥିବା ସେ କହିଛନ୍ତି। ଏହାସହ ଭାଇଙ୍କ ମାନସିକ ସ୍ଥିତି ଠିକ ନ ଥିବା ସହିତ ସେ ତା ପାରିବାରିକ ଜୀବନକୁ ନେଇ ଅସ୍ଥିର ଥିବା ମଧ୍ଯ ସେ କହିଛନ୍ତି।