କଟକଣାରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ
କଟକଣାରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ
ଭୁବନେଶ୍ୱର: ଆଜି ଦେଶ ପାଳୁଛି ୭୩ତମ ସାଧାରଣତନ୍ତ୍ର ଦିବସ । ଏ ବର୍ଷ ସାରା ଦେଶରେ କରୋନା କଟକଣା ଭିତରେ ସାଧାରଣତନ୍ତ୍ର ଦିବସ ପାଳନ ହେଉଥିବା ବେଳେ ଓଡିଶାର ଗାନ୍ଧୀମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି। ରାଜ୍ୟପାଳ ପ୍ରଫେସର ଗଶେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଛନ୍ତି ।
ଗାନ୍ଧୀମାର୍ଗରେ ରାଜ୍ୟସ୍ତରୀୟ ପରେଡ ଆରମ୍ଭ ହୋଇଥିବା କରୋନା କଟକଣାକୁ ଗୁରୁତ୍ୱ ଦିଆଯାଇଛି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୋସିଆଲ ମିଡିଆରେ ଗଣତନ୍ତ୍ର ଦିବସର ଲାଇଭ ପରେଡର ସିଧାପ୍ରସାରଣ କରାଯାଉଛି ।
ଅନ୍ୟପଟେ ରାଜ୍ୟରେ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ଏସଆରସି ପକ୍ଷରୁ ସ୍ୱତନ୍ତ୍ର ନିଦେ୍ର୍ଧଶାବଳୀ ଜାରି କରାଯାଇଛି । ନିଜ ବ୍ୟକ୍ତିଗତ ଘରେ ଜାତୀୟ ପତକା ଉତ୍ତୋଳନ ସମୟରେ ୫ଜଣରୁ ଅଧିକ ଲୋକ ରହିପାରିବେ ନାହିଁ ବୋଲି କୁହାଯାଇଛି । ସେହିପରି ଶିକ୍ଷାନୁଷ୍ଠାନ, କ୍ଲବ ଏବଂ ଅନୁଷ୍ଠାନରେ ସାଧାରଣତନ୍ତ୍ର ଦିବସ ପାଳନ ବେଳେ ୧୦ଜଣରୁ ଅଧିକ ଲୋକ ଉପସ୍ଥିତ ରହିପାରିବେ ନାହିଁ । ଆବଦ୍ଧ କୋଠରୀରେ ୫୦ପ୍ରତିଶତ କ୍ଷମତାରେ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ନିଦେ୍ର୍ଧଶ ରହିଛି । ତେବେ ଏହି ସମୟରେ କୋଭିଡ କଟକଣା କଡାକଡି ଭାବେ ପାଳନ କରିବାକୁ କୁହାଯାଇଛି । ସମସ୍ତଙ୍କୁ ମାସ୍କ ପରିଧାନ କରିବାକୁ କୁହାଯାଇଥିବା ବେଳେ ସାମାଜିକ ଦୂରତା ବଜାୟ ରଖିବାକୁ ପରାମର୍ଶ ଦିଆଯାଇଥିଲା।




admin 