ଲଙ୍କା ଖାଆନ୍ତୁ କମିବ ଓଜନ
ଲଙ୍କା ଖାଆନ୍ତୁ କମିବ ଓଜନ
ଭୁବନେଶ୍ୱର: ଖାଦ୍ୟର ସ୍ୱାଦ ବଢ଼ାଉଥିବା ଲଙ୍କାରେ ଅନ୍ୟାନ୍ୟ ପୋଷକତତ୍ତ୍ୱ ଭରପୂର ଅଛି । ଆଣ୍ଟିଅକ୍ସିଡ଼ାଣ୍ଟପୂର୍ଣ୍ଣ ଲଙ୍କା ଆମ ଶରୀରର ମେଟାବୋଲିଜିମ୍ କ୍ଷମତାକୁ ବୃଦ୍ଧି କରିବା ସହ ପାଚନ ତନ୍ତ୍ରକୁ ଶକ୍ତି ଯୋଗାଏ । ସବୁଠୁ ମୁଖ୍ୟ କଥା ଯେ, ଲଙ୍କା ସେବନ କଲେ ଆମ ଓଜନ ବି ନିୟନ୍ତ୍ରଣରେ ରୁହେ ।
- ଭିଟାମିନ ‘ଇ’ ଓ ଭିଟାମିନ ‘ସି’ ଭରପୂର ଲଙ୍କା ଖାଇଲେ ଆମ ତ୍ୱଚା ଉପରେ ମଧ୍ୟ ଭଲ ପ୍ରଭାବ ପଡେ଼ । ସବୁଜ ଓ ଲାଲ ଲଙ୍କା ପ୍ରତିଦିନ ତରକାରିରେ ମିଶାଇ ଖାଆନ୍ତୁ ।
- ସବୁଜ ଲଙ୍କାରେ ବିଟା କ୍ୟାରୋଟିନ ଅଛି । ତାହା ହୃଦଯନ୍ତ୍ରକୁ ଶକ୍ତି ଯୋଗାଇଥାଏ । ହୃଦରୋଗରୁ ରକ୍ଷା ପାଇବାକୁ ଚାହୁଁଥିବା ଲୋକ କଞ୍ଚା ଲଙ୍କାକୁ ସାଲାଡ଼ରେ ମିଶାଇ ଖାଇପାରିବେ ।




admin 