ଗୋଟିଏ ଭୋଟରେ ଜିତିଲେ ଭାରତୀୟ ଜନତା ପାର୍ଟି

ଗୋଟିଏ ଭୋଟରେ ଜିତିଲେ ଭାରତୀୟ ଜନତା ପାର୍ଟି

ଗୋଟିଏ ଭୋଟରେ ଜିତିଲେ ଭାରତୀୟ ଜନତା ପାର୍ଟି

ଚଣ୍ଡିଗଡ : ଚଣ୍ଡିଗଡ ମେୟର ନିର୍ବାଚନରେ ବିଜେପି ଓ ଆପ୍‌ ଭିତରେ କଡା ମୁକାବିଲା ହୋଇଛି । ମାତ୍ର ଗୋଟିଏ  ଭୋଟରେ ବିଜେପି ପ୍ରାର୍ଥୀ ଅନୁପ ଗୁପ୍ତା  ଆପର ଯଶବୀର ସିଂ ଲାଡ୍ଡିଙ୍କୁ ପରାଜିତ କରିଛନ୍ତି । ମୋଟ ୨୯ ଭୋଟରୁ ଅନୁପଙ୍କୁ ୧୫ ଏବଂ ୧୪ଭୋଟ ମିଳିଥିଲା । ଶିରୋମଣି ଅକାଳି ଦଳ (ଏସଏଡି) ଏବଂ କଂଗ୍ରେସ ଭୋଟିଂରୁ ବିରତ ରହିଥିଲା । ଗତଥର ମଧ୍ୟ ବିଜେପି ଏହି ନିର୍ବାଚନ ଜିତିଥିଲା ।

 ସେତେବେଳେ ବି ବିଜେପିର ସରବଜିତ୍‌ କୌର ଆପର ଅଞ୍ଜୁ କଟୟାଲଙ୍କୁ ଗୋଟିଏ ଭୋଟରେ ପରାସ୍ତ କରିଥିଲେ । ଚଣ୍ଡୀଗଡ ମ୍ୟୁନିସପାଲ କର୍ପୋରେଶନରେ ମୋଟ ୩୬ ସଦସ୍ୟ ଅଛନ୍ତି । ସେଥିରୁ କଂଗ୍ରେସର୬, ଅକାଳି ଦଳର ଜଣେ କାଉନସିଲର ରହିଛନ୍ତି ।