ଆତଙ୍କବାଦୀ ଆକ୍ରମଣରେ ୫ ଯବାନ ଶହୀଦ

ଆତଙ୍କବାଦୀ ଆକ୍ରମଣରେ ୫ ଯବାନ ଶହୀଦ

ଆତଙ୍କବାଦୀ ଆକ୍ରମଣରେ ୫ ଯବାନ ଶହୀଦ
ନୂଆଦିଲ୍ଲୀ : ଜାମ୍ମୁ କାଶ୍ମୀରର ଅନନ୍ତନାଗ କେପି ରୋଡ଼ରେ ବୁଧବାର ଆତଙ୍କବାଦୀ ଆକ୍ରମଣରେ ସିଆରପିଏଫର ୫ଜଣ ଯବାନ ଶହୀଦ ହୋଇଛନ୍ତି । ସେପଟେ ଯବାନଙ୍କ ଗୁଳିରେ ଦୁଇଜଣ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡ଼ିଛି । ମିଳିଥିବା ସୂଚନା ମୁତାବକ କେପି ରୋଡ଼ରେ ପୋଲିସ ଓ ସିଆରପିଏଫର ଏକ ପାଟ୍ରୋଲିଂ ଦଳ ଉପରକୁ ବାଇକରେ ଆସି ଅତର୍କିତ ଭାବେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ । ଏବେ ବି ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି । ଗୁଳି ବିନିମୟରେ ଅନନ୍ତନାଗ ପୋଲିସ, ସିଆରପିଏଫ ଓ ଏସଏଚଓର ୫ ଜଣ ଯବାନଙ୍କ ଦେହରେ ଗୁଳି ବାଜିଥିବା ବେଳେ ଆହତଙ୍କୁ ସେନା ହସ୍ପିଟାଲରେ ଭର୍ତି କରାଯାଇଛି ।