ଲଗାଣ ବର୍ଷା ଓ ବନ୍ୟା ଯୋଗୁଁ ଘୁଞ୍ଚିଲା +୩ ନାମଳେଖା

ଲଗାଣ ବର୍ଷା ଓ ବନ୍ୟା ଯୋଗୁଁ ଘୁଞ୍ଚିଲା +୩ ନାମଳେଖା

ଲଗାଣ ବର୍ଷା ଓ ବନ୍ୟା ଯୋଗୁଁ ଘୁଞ୍ଚିଲା +୩ ନାମଳେଖା

ଭୁବନେଶ୍ୱର: ଲଗାଣ ବର୍ଷା ଯୋଗୁଁ +୩ ପ୍ରଥମ ପର୍ୟ୍ୟାୟ ନାମଲେଖାକୁ ଘୁଞ୍ଚାଇବାକୁ ପଡ଼ିଛି। ରାଜ୍ୟରେ ଲଗାଣ ବର୍ଷା ଓ କିଛି ସ୍ଥାନରେ ବନ୍ୟା ଯୋଗୁଁ ମନୋନୀତ ଛାତ୍ରଛାତ୍ରୀ ଆସିପାରିନାହାନ୍ତି। କିଛି ଛାତ୍ରଛାତ୍ରୀ ଓ ଅଭିଭାବକ ନାମଲେଖା ଅବଧି ବୃଦ୍ଧି କରିବାକୁ ଅନୁରୋଧ କରିଥିଲେ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରଥମ ମେଧା ତାଲିକାରେ ସ୍ଥାନ ପାଇଥିବା ଛାତ୍ରଛାତ୍ରୀଙ୍କ ରିପୋର୍ଟିଂ ତାରିଖକୁ ଆସନ୍ତା ୧୮ ତାରିଖ ଯାଏ ବୃଦ୍ଧି କରାଯାଇଛି। ସେହିପରି ସାମ୍ସ ପୋର୍ଟାଲରେ ଛାତ୍ରଛାତ୍ରୀମାନେ ଆସନ୍ତା ୧୭ ତାରିଖ ରାତି ୧୧ଟା ୪୫ ପର୍ୟ୍ୟନ୍ତ ଅନଲାଇନରେ ଫି’ଦାଖଲ କରିପାରିବେ। ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପରଫରମାନ୍ସ ଟ୍ରାକିଂ ସେଲର ଉପନିର୍ଦେଶକ ଡ. ରାଜେଶ କୁମାର ସାହୁ ଏହି ସୂଚନା ଦେଇଛନ୍ତି । ଏ ସମ୍ପର୍କରେ ସେ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଅନୁଦାନପ୍ରାପ୍ତ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି । ସେହିପରି ପ୍ରଥମ ପର୍ୟ୍ୟାୟ ନାମଲେଖାରେ ସ୍ଥାନ ପାଇଥିବା ଛାତ୍ରଛାତ୍ରୀ ଆସନ୍ତା ୧୩ ତାରିଖରୁ ୧୮ ତାରିଖ ରାତି ୧୧ଟା ୪୫ ସ୍ଲାଇଡ ଅପ ଅପ୍ସନରେ ଅପଡେଟ କରିପାରିବେ। ଦ୍ୱିତୀୟ ମେଧା ତାଲିକା ୨୧ ତାରିଖ ପରିବର୍ତ୍ତେ ୨୩ ତାରିଖ ଦିନ ୧୧ଟାରେ ପ୍ରକାଶ ପାଇବ। ଏଥିରେ ସ୍ଥାନ ପାଇଥିବା ଛାତ୍ରଛାତ୍ରୀମାନେ ଚଳିତ ମାସ ୨୬ ତାରିଖ ପର୍ୟ୍ୟନ୍ତ ରିପୋର୍ଟିଂ କରିପାରିବେ। ଦ୍ୱିତୀୟ ପର୍ୟ୍ୟାୟ ନାମଲେଖା ସରିବା ପରେ ଖାଲିଥିବା ସିଟଗୁଡ଼ିକ ପୂରଣ ପାଇଁ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ନିୟମାବଳୀ ଜାରି କରିବ ବୋଲି ଡ.ସାହୁ କହିଛନ୍ତି।