ଲକଡାଉନ ନିୟମ କୋହଳ ପରେ ଅଫିସ ଆସିବେ ସମସ୍ତ କର୍ମଚାରୀ

ଲକଡାଉନ ନିୟମ କୋହଳ ପରେ ଅଫିସ ଆସିବେ ସମସ୍ତ କର୍ମଚାରୀ

ଲକଡାଉନ ନିୟମ କୋହଳ ପରେ ଅଫିସ ଆସିବେ ସମସ୍ତ କର୍ମଚାରୀ

ଭୁବନେଶ୍ୱର: ଲକଡାଉନ ନିୟମ କୋହଳ ପରେ ସବୁ ସରକାରୀ ଅଫିସ କାର୍ଯ୍ୟକ୍ଷମ ହେବ ବୋଲି ନିଦେ୍ର୍ଧଶନାମା ଜାରି ହୋଇଛି । ସମସ୍ତ କର୍ମଚାରୀ ଅଫିସ ଆସିବେ । ଯେଉଁ କର୍ମଚାରୀ ଟିକାର ଦୁଇଟି ଯାକ ଡୋଜ ନେଇଥିବେ ସେମାନେ ବାଧ୍ୟତାମୂଳକ ଭାବେ ଅଫିସ ଆସିବେ । ଯେଉଁମାନେ ସ୍ୱାସ୍ଥ୍ୟଗତ ବା ଅନ୍ୟ କାରଣରୁ ଟିକା ନେଇପାରନ୍ତି ନାହିଁ ସେମାନେ କର୍ତ୍ତୃପକ୍ଷଙ୍କୁ ତାର କାରଣ ଦର୍ଶାଇବେ । ଆବେଦନକୁ ବିଚାର କରି କର୍ତ୍ତୃପକ୍ଷ ନିଷ୍ପତ୍ତି ନେବେ । କିନ୍ତୁ ଯେଉଁମାନେ ଟିକା ନେଇ ନଥିବେ ବା ଏହାର କାରଣ ଦର୍ଶାଇନଥିବେ ସେମାନଙ୍କ ଅଫିସ ଆସିବାକୁ ଅନୁମତି ଦିଆଯିବନି । ଏଭଳି ଅନୁପସ୍ଥିତିକୁ ଇଚ୍ଛା ପୂର୍ଣ୍ଣ ଛୁଟି ଭାବେ ଧରାଯିବ ବୋଲି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।