ରାଜ୍ୟରେ ଏଣିକି ସର୍ବାଧିକ ୧୦ ଦିନ ମଧ୍ୟରେ ଜନସାଧାରଣଙ୍କୁ ଆବାସ ପ୍ରମାଣ ପତ୍ର
ରାଜ୍ୟରେ ଏଣିକି ସର୍ବାଧିକ ୧୦ ଦିନ ମଧ୍ୟରେ ଜନସାଧାରଣଙ୍କୁ ଆବାସ ପ୍ରମାଣ ପତ୍ର
ଭୁବନେଶ୍ୱର: ଜନସାଧାରଣଙ୍କ ସୁବିଧାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଭିନ୍ନ ଅତ୍ୟାବଶ୍ୟକ ସରକାରୀ ସେବା ପାଇଁ ସମୟ ସୀମା ସ୍ଥିର କରିଛନ୍ତି । ରାଜ୍ୟରେ ଏଣିକି ସର୍ବାଧିକ ୧୦ ଦିନ ମଧ୍ୟରେ ଜନସାଧାରଣଙ୍କୁ ଆବାସ ପ୍ରମାଣ ପତ୍ର ମିଳିବ । ପୂର୍ବଭଳି ଆଉ ଦିନ ଦିନ ଧରି ଏଥିପାଇଁ ଅପେକ୍ଷା କରିବାକୁ ପଡିବ ନାହିଁ ।
ସରକାରୀ ସ୍ତରରେ ଧାର୍ୟ୍ୟ ସମୟ ସୀମା ଅନୁଯାୟୀ ଅନୁସୂଚିତ ଜାତି, ଜନଜାତି ଏବଂ ଅନ୍ୟ ପଛୁଆ ବର୍ଗ, ଏସଇବିସି ଆଦି ପ୍ରମାଣପତ୍ର ସର୍ବାଧିକ ୧୫ ଦିନ ମଧ୍ୟରେ ମିଳିବ ।
ସେହିଭଳି ଆୟ ସମ୍ପର୍କିିତ ପ୍ରମାଣ ପତ୍ର ସର୍ବାଧିକ ୧୦ ଦିନ, ନିର୍ବିବାଦୀୟ ମ୍ୟୁଟେସନ ମାମଲାର ସମାଧାନ ସର୍ବାଧିକ ୭ ଦିନ ଏବଂ ଅଭିଭାବକତ୍ୱ ପ୍ରମାଣପତ୍ର ସର୍ବାଧିକ ୩୦ ଦିନ ମଧ୍ୟରେ ରାଜ୍ୟବାସୀଙ୍କୁ ଯୋଗାଇବା ବ୍ୟବସ୍ଥା କରାଯାଇଛି ।




admin 