ରାଜ୍ୟରେ ପୁଣି ଜଣଙ୍କ ମୁଣ୍ଡ ନେଲା କରୋନା
ରାଜ୍ୟରେ ପୁଣି ଜଣଙ୍କ ମୁଣ୍ଡ ନେଲା କରୋନା
ଭୁବନେଶ୍ୱର: ରାଜ୍ୟ କରୋନା ମୁଣ୍ଡ ପରେ ମୁଣ୍ଡ ନେଇଚାଲିଛି । ଆଜି ପୁଣି ଜଣେ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ମୃତକ କଟକ ୬୭ ବର୍ଷୀୟ ବୃଦ୍ଧ ଜଣକ କରୋନା ବ୍ୟତୀତ ଅନ୍ୟ ରୋଗରେ ପୀଡ଼ିତ ଥିଲେ । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୯୧୩୭ କୁ ବୃଦ୍ଧି ପାଇଛି ।
ଚଳିତ ମାସରେ ୧୧ ଜଣଙ୍କ ଜୀବନ ନେଲାଣି କରୋନା । ୧୧ ମୃତକଙ୍କ ଭିତରେ ୯ ଜଣ ବରିଷ୍ଠ ନାଗରିକ ଅଛନ୍ତି । ଏପଟେ ରାଜ୍ୟରେ ବଢ଼ୁଥିବା ସଂକ୍ରମଣକୁ ନିୟନ୍ତଣରେ ଆଣିବା ଲାଗି ସ୍ୱାସ୍ଥ୍ୟ ବିଭାଗ ହୋଲ୍ ଜେନମ୍ ସିକ୍ୱେନ୍ସିଂ କରିବା ପାଇଁ ନିର୍ଦ୍ଦେଶ ଦେଇଛି । ଏହାବ୍ୟତୀତ ଯେଉଁ ଜିଲ୍ଲାରେ ଟିପିଆର ୫ ପ୍ରତିଶତ ଉପରେ ରହିଛି । ସେଠାରେ ଟେଷ୍ଟିଂ ସଂଖ୍ୟାକୁ ବଢ଼ାଇବା ଲାଗି ନିଷ୍ପତ୍ତି ନେଇଛି ।
ଉଲ୍ଲେଖ ଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୩୧୦୧୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୬୯୭୪ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୨୯୩୯୫୧ ଜଣ ସୁସ୍ଥ ହୋଇଛନ୍ତି ।




admin 