ରାତିଅଧରୁ ଟିକେଟ ପାଇଁ ଲାଇନ ଲଗାଇଥିଲେ ହଜାର ହଜାର କ୍ରିକେଟ ପ୍ରେମୀ

ସକାଳ 9ଟାରୁ ଷ୍ଟାଡିୟମ ନିକଟ 3 ଟି କାଉଣ୍ଡର ରେ ଟିକେଟ ବିକ୍ରି ଆରମ୍ଭ ହୋଇଥିଲା । ସମସ୍ତ ଗ୍ୟାଲେରୀ ସହ କର୍ପୋରେଟ ବକ୍ସ ଓ ସ୍ପେଶାଲ ଇଂକ୍ଲୋଜର ଭଳି ପାଖାପାଖୂ 12 ହଜାର ଟିକେଟ ସରିଯାଇଛି । ବୁଧବାର ରାତିରୁ ଟିକେଟ ପାଇଁ ଲାଇନ ଲଗାଇଥିଲେ ହଜାର ହଜାର କ୍ରିକେଟ ପ୍ରେମୀ। ଯେଉଁମାନେ ଟିକେଟ ପାଇଲେ ସେମାନେ ତ ଖୁସି ହୋଇଥିଲେ ଆଉ ଯିଏ ଟିକେଟ ପାଇଲେ ନାହିଁ ସେମାନଙ୍କୁ ନିରାଶ ହେବାକୁ ପଡିଥିଲା। ହଜାର ହଜାର ଲୋକ ଖାଲି ହାତରେ ଫେରି ଥିଲେ । ତେବେ କାଉଣ୍ଡର ବ୍ୟବସ୍ଥା ଠିକ ନଥିବା କହିଛନ୍ତି ନିରାଶ ହୋଇଥିବା ଆଶାୟୀ ସବୁ ଦୋଷ ପୋଲିସ ପ୍ରଶାସନ ଉପରେ ଲଦିଛନ୍ତି । ସେପଟେ ଡିସିପି କହିଛନ୍ତି ସମସ୍ତ ପ୍ରକାର ବନ୍ଦୋବସ୍ତ ଠିକ ଥିଲା ଆଉ ଭଲରେ ଟିକେଟ ବିକ୍ରି ଶେଷ ହୋଇଛି ।