ଯୁକ୍ତ ୩ ନାମଲେଖା: ଅରଜିନାଲ୍ ସାର୍ଟିଫିକେଟ୍ ଦେଇ ନପାରିଲେ ମଧ୍ୟ ଲେଖାଇ ପାରିବେ ନାମ
ଯୁକ୍ତ ୩ ନାମଲେଖା: ଅରଜିନାଲ୍ ସାର୍ଟିଫିକେଟ୍ ଦେଇ ନପାରିଲେ ମଧ୍ୟ ଲେଖାଇ ପାରିବେ ନାମ
ଭୁବନେଶ୍ୱର : ଯୁକ୍ତ ୩ ନାମଲେଖା ଆରମ୍ଭ ହୋଇଛି । ତେବେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସମେତ ସିବିଏସଇ ଓ ଆଇସିଏସସିଇ ପକ୍ଷରୁ ସମସ୍ତ ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ ଓ ମାର୍କସିଟ ମିଳିନି । ତାହାକୁ ନଜରରେ ରଖି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନାମଲେଖାରେ କିଛିଟା କୋହଳ କରାଯାଇଛି । ଛାତ୍ରଛାତ୍ରୀ ଅରିଜିନାଲ ସାର୍ଟିଫିକେଟ ଦେଇ ନପାରିଲେ ମଧ୍ୟ ନାମ ଲେଖାଇ ପାରିବେ । ଏଥିପାଇଁ ସବୁ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଅବଗତ କରାଯାଇଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦରରୁ ଉତ୍ତୀର୍ଣ୍ଣ ବିଦ୍ୟାର୍ଥୀ ନେଟରୁ ମଳିଥିବା ପ୍ରମାଣପତ୍ରରେ ନିଜେ ସ୍ୱାକ୍ଷର ତଥା ସେଲ୍ଫ ଆଟେଷ୍ଟେଡ କରି ଦାଖଲ କରିପାରିବେ । ସେହିପରି ସିବିଏସଇ, ଆଇସିଏସଇ ସମେତ ଅନ୍ୟ ପରିଷଦରୁ ଦ୍ୱାଦଶରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ ନେଟରୁ ମାର୍କସିଟ ଡାଉନଲୋଡ କରି ପଢ଼ୁଥିବା ଶିକ୍ଷାନୁଷ୍ଠାନର ମୁଖ୍ୟଙ୍କଠାରୁ ସ୍ୱାକ୍ଷର କରି ନାମଲେଖା ସମୟରେ ଦାଖଲ କରିପାରିବେ । ନାମଲେଖାରୁ ଯେପରି କୌଣସି ଛାତ୍ରଛାତ୍ରୀ ବଞ୍ଚିତ ନହେବେ, ସେଥିପ୍ରତି ମହାବିଦ୍ୟାଳୟ କର୍ତ୍ତୃପକ୍ଷ ଧ୍ୟାନ ଦେବେ । ଏଥିପାଇଁ ଛାତ୍ରଛାତ୍ରୀଙ୍କୁ ଏକ ଅଣ୍ଡରଟେକିଂ ଲିଖିତ ଭାବେ ଦେବାକୁ ପଡ଼ିବ । ପ୍ରଥମ ପର୍ୟ୍ୟାୟରେ ନାମ ଲେଖାଇଥିବା ଛାତ୍ରଛାତ୍ରୀ ୧୫ଦିନ ଓ ଦ୍ୱିତୀୟ ପର୍ୟ୍ୟାୟରେ ନାମ ଲେଖାଇଥିବା ବିଦ୍ୟାର୍ଥୀ ୭ଦିନ ମଧ୍ୟରେ ମାର୍କସିଟ ଦାଖଲ କରିବାକୁ କୁହାଯାଇଛି ।




admin 