ମୋଦିଙ୍କୁ ମିଳିବ ଆମେରିକାର ସର୍ବୋଚ୍ଚ ସମ୍ମାନ

ମୋଦିଙ୍କୁ ମିଳିବ ଆମେରିକାର ସର୍ବୋଚ୍ଚ ସମ୍ମାନ

ମୋଦିଙ୍କୁ ମିଳିବ ଆମେରିକାର ସର୍ବୋଚ୍ଚ ସମ୍ମାନ
ନୂଆଦିଲ୍ଲୀ: ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ସହଯୋଗଭିତ୍ତିକ ନୌଶକ୍ତି କ୍ଷମତା ବୃଦ୍ଧି ପାଇଁ ଚତୁଦେ୍ର୍ଧଶୀୟ (ଆମେରିକା-ଜାପାନ-ଭାରତ-ଅଷ୍ଟ୍ରେଲିଆ) ମେଣ୍ଟ (କ୍ୱାଡ) ର ଅନ୍ୟ ତିନି ମୂଳ ବିନ୍ଧାଣୀ ଭାରତର ପ୍ରଧାନମନ୍ତ୍ରୀ ମୋଦି, ଜାପାନର ପ୍ରାକ୍ତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଓ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମରିସନଙ୍କୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକାର ସର୍ବୋଚ୍ଚ ସମ୍ମାନ ‘ଲିକଜନ ଅଫ ମେରିଟ’ ରେ ସମ୍ମାନିତ କରିଛନ୍ତି । କ୍ୱାଡ ଗଠନରେ ରହିଥିବା ଅନ୍ତର୍ଦୃଷ୍ଟି ଏବଂ ନେତୃତ୍ୱ ପାଇଁ ତିନି ରାଷ୍ଟ୍ରମୁଖ୍ୟଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ହ୍ୱାଇଟ ହାଉସରେ ଟ୍ରମ୍ପଙ୍କ ସମୟରେ ଆମେରିକା ସହ ଏହି ତିନି ଗଣତନ୍ତ୍ରର ସମ୍ପର୍କ ଅଧିକ ନିବିଡ ହୋଇଛି । ଭାରତ ଆମେରିକା ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି କ୍ଷେତ୍ରରେ ଭାରତୀୟଙ୍କ ପ୍ରୟାସ ପାଇଁ ଏହି ସମ୍ମାନ ଏକ ସ୍ୱୀକୃତି ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି । ସମଗ୍ର ମାନବ ଜୀବନ ଜାତିର କଲ୍ୟାଣ ପାଇଁ ଉଭୟ ଦେଶ ନିଷ୍ଠାପର ଭାବେ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।