ଜମ୍ମୁ କାଶ୍ମୀର ଡିଡିସି ନିର୍ବାଚନରେ ଗୁପକର ମେଣ୍ଟର ବାଜିମାତ

ଜମ୍ମୁ କାଶ୍ମୀର ଡିଡିସି ନିର୍ବାଚନରେ ଗୁପକର ମେଣ୍ଟର ବାଜିମାତ

ଜମ୍ମୁ କାଶ୍ମୀର ଡିଡିସି ନିର୍ବାଚନରେ ଗୁପକର ମେଣ୍ଟର ବାଜିମାତ
ଶ୍ରୀନଗର: ଜମ୍ମୁ କାଶ୍ମୀରରେ ହୋଇଥିବା ଡିଡିସି (ଜିଲ୍ଲା ବିକାଶ ପରିଷଦ) ନିର୍ବାଚନରେ ଫାରୁକ ଅବଦୁଲ୍ଲାଙ୍କ ନେତୃତ୍ୱାଧୀନ ଗୁପକର ମେଣ୍ଟକୁ ବିପୁଳ ବିଜୟ ହାସଲ ହୋଇଛି । ମେହବୁବା ମୁପତିଙ୍କ ପିଡିପି (ପିପୁଲସ ଡେମୋକ୍ରାଟିକ ପାର୍ଟି) ସମତେ ୭ ପ୍ରମୁଖ ରାଜନୈତିକ ଦଳକୁ ନେଇ ଗଠନ ହୋଇଛି ଏହି ଗୁପକର ମେଣ୍ଟ । ତେବେ ଏହି ଗୁପକର ମେଣ୍ଟ ଡିଡିସି ନିର୍ବାଚନରେ ୧୦୮ଟି ଆସନରେ ଆଗକୁଆ ଥିବା ବେଳେ ବିଜେପି ୬୦ ଟି ଆସନରେ ଆଗୁଆ ରହିଛି ଏବଂ କଂଗ୍ରେସ ୨୨ଟି ଆସନରେ ଆଗୁଆ ରହିଛି । ଜମ୍ମୁରେ ବିଜେପି ୫୭ ଆସନରେ ଆଗକୁ ଥିବା ବେଳେ ବେଳେ ଗୁପକର ମେଣ୍ଟର ୩୭ ଆସନରେ ବିଜୟ ହୋଇଛି । କାଶ୍ମୀରରେ ମେଣ୍ଟ ୭୧ ଆସନରେ ଆଗୁଆ ଥିବା ବେଳେ ବିଜେପି ୩ଟି ଆସନରେ ଆଗୁଆ ରହିଛି । ବିଜେପି ଶ୍ରୀନଗରରେ ପ୍ରଥମ ଥର ପାଇଁ ଡିଡିସି ନିର୍ବାଚନରେ ଜିତିଛି ।