ଦିଲ୍ଲୀକୁ ଫେରିବ ‘ଅଡ-ଇଭିନ’
ଦିଲ୍ଲୀକୁ ଫେରିବ ‘ଅଡ-ଇଭିନ’
admin
Sep 13, 2019 - 07:57
Updated: Sep 13, 2019 - 07:57
ନୂଆଦିଲ୍ଲୀ: ପୁଣି ଭାରତର ରାଜଧାନୀ ଦିଲ୍ଲୀକୁ ଫେରିବ ‘ଅଡ-ଇଭିନ’ ଡ୍ରାଇଭିଂ ଫର୍ମୁଲା । ନଭେମ୍ବର ୪ରୁ ୧୫ ପର୍ଯ୍ୟନ୍ତ ଦିଲ୍ଲୀରେ ଚାଲିବ ‘ଅଡ-ଇଭିନ’ ଡ୍ରାଇଭିଂ ଫର୍ମୁଲା । ପ୍ରଦୂଷଣ ନିୟନ୍ତରଣ ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏସମ୍ପର୍କରେ ଘୋଷଣା କରିଛନ୍ତି । ଅଡ-ଇଭିନ୍ ହେଉଛି କେଜରିୱାଲ ସରକାରଙ୍କର ଏକ ଅଭିଯାନ ଯେଉଁଥିରେ ଦିଲ୍ଲୀରେ ଗୋଟିଏ ଦିନ ଯୁଗ୍ମ ନମ୍ବର ପ୍ଲେଟ ଧାରୀଙ୍କୁ ନିଜ ଯାନରେ ଯାତାୟାତ କରିବାକୁ ଅନୁମତି ମିଳେ ଏବଂ ଏହାର ପରବର୍ତ୍ତୀ ଦିନ ଅଯୁଗ୍ମ ସଂଖ୍ୟା ଥିବା ଯାତ୍ରୀଙ୍କୁ ନିଜ ଯାନରେ ଯିବା ପାଇଁ ଅନୁମତି ଦିଆଯିବ।
କେଜରିୱାଲ ଏନେଇ କହିଛନ୍ତି କି, ନଭେମ୍ବର ମାସରେ ଦିଲ୍ଲୀ ଓ ଏହାର ଆଖପାଖ ରାଜ୍ୟରେ ଧାନ ଶସ୍ୟର ଖୁଣ୍ଟା ଜଳାଯାଏ। ଏହି କାରଣରୁ ଦିଲ୍ଲୀରେ ଅଧିକ ଗ୍ୟାସ୍ ଭର୍ତ୍ତି ହେଉଛି। ଏଥିପାଇଁ ପୁଣି ଥରେ ଅଡ-ଇଭିନ୍ ଫର୍ମ୍ୟୁଲା ଲାଗୁ କରାଯିବ। ଆମେ ପ୍ରଦୂଷଣ ରୋକିବା ପାଇଁ ପଞ୍ଜାବ ସରକାରଙ୍କ ସହିତ ମିଳିତ ଭାବରେ ଚେଷ୍ଟା କରୁଛୁ। କିନ୍ତୁ ଦିଲ୍ଲୀ ସରକାର ହାତ ଉପରେ ହାତ ପକାଇ ବସିବେ ନାହିଁ। ଗତ ବର୍ଷ ନଭେମ୍ବରରେ ଅଡ-ଇଭିନ୍ ଲାଗୁ କରାଯିବା କାରଣରୁ ପ୍ରଦୂହଣର ମାତ୍ରା କମିଥିଲା। ତେଣୁ ଚଳିତ ବର୍ଷ ଏନେଇ ଅଧିକ କାମ କରାଯିବ ବୋଲି ଅନୁମାନ ରହିଛି। । ଦୀପାବଳୀରେ ବାଣ କାରଣରୁ ଅଧିକ ଧୂଆଁ ସୃଷ୍ଟି ହୋଇଥାଏ। ତେଣୁ ଚଳିତ ବର୍ଷ ବାଣ ନଫୁଟାଇବା ପାଇଁ ମୁଁ ଅପିଲ କରୁଛି। ଏହା ସୁପ୍ରିମକୋର୍ଟଙ୍କର ମଧ୍ୟ ନିର୍ଦ୍ଦେଶ। ତେବେ ପ୍ରଦୂଷଣ ଜନିତ ଅଭିଯୋଗ ପାଇଁ ବାରରୁମ ମଧ୍ୟ ଖୋଲା ଯାଇଛି ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କହିଛନ୍ତି।