ମେଡିକାଲ୍ କଲେଜରେ ୮୪ ଡାକ୍ତର, ଛାତ୍ର ସଂକ୍ରମିତ
ମେଡିକାଲ୍ କଲେଜରେ ୮୪ ଡାକ୍ତର, ଛାତ୍ର ସଂକ୍ରମିତ
ପାଟନା: ନାଳନ୍ଦା ମେଡିକାଲ କଲେଜ ଓ ହଷ୍ଟେଲର ୮୪ ଡାକ୍ତର ଓ ଛାତ୍ର କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଶନିବାର ଏହି ହସ୍ପିଟାଲର ୧୨ ଡାକ୍ତର କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏହାପରେ ରବିବାର ୧୯୪ଜଣଙ୍କ ସାମ୍ପଲ ନିଆଯାଇଥିଲା। ସେମାନଙ୍କ ମଧ୍ୟରୁ ୮୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି।
ବିହାରର ଦ୍ୱିତୀୟ ବୃହତ୍ତ ହସ୍ପିଟାଲରେ ଏତେ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ତାହା ରାଜ୍ୟ ସରକାରଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ୮୪ ଚିହ୍ନଟଙ୍କ ମଧ୍ୟରୁ ଅଧିକାଂଶ ଜୁନିଅର ଡାକ୍ତର, ଇନ୍ଟର୍ଣ୍ଣ ଓ ପିଜି ଛାତ୍ର ସାମିଲ ଅଛନ୍ତି। ସଂକ୍ରମିତଙ୍କ ନିକଟରେ ପ୍ରାୟତଃ ଲକ୍ଷଣ ଦେଖାଯାଉ ନ ଥିବା ବେଳେ କିଛି ଜଣଙ୍କ ନିକଟରେ ସାମାନ୍ୟ ଲକ୍ଷଣ ଦେଖାଦେଇଛି। ପାଟନା ଜିଲ୍ଲାଧିକାରୀ ଚନ୍ଦ୍ରଶେଖର ସିଂହଙ୍କ କହିବାନୁଯାୟୀ, କରୋନା ଟେଷ୍ଟ ପଜିଟିଭ ଆସିବା ପରେ ସମସ୍ତ ଆକ୍ରାନ୍ତଙ୍କୁ ହସ୍ପିଟାଲ କ୍ୟାମ୍ପସରେ ଆଇସୋଲେଟ କରି ରଖାଯାଇଛି।
ବିହାରରେ ରବିବାର ୩୫୨ କରୋନା ମାମଲା ସାମନାକୁ ଆସିବା ପରେ ରାଜ୍ୟରେ କରୋନା ଆକ୍ଟିଭ ସଂଖ୍ୟା ୧,୦୭୪ରେ ପହଞ୍ଚି ଯାଇଛି।




admin 