୭ ସୁନ୍ଦରୀଙ୍କ ସୁନ୍ଦରତା ରହସ୍ୟ

୭ ସୁନ୍ଦରୀଙ୍କ ସୁନ୍ଦରତା ରହସ୍ୟ

୭ ସୁନ୍ଦରୀଙ୍କ ସୁନ୍ଦରତା ରହସ୍ୟ

ବଲିଉଡ ଅଭିନେତ୍ରୀଙ୍କ ଚମକ କିଛି ନିଆରା ହୋଇଥାଏ  । ଭିଡରେ ବି ତାଙ୍କ ଚମକ ଅଲଗା ଦେଖାଯାଏ  । ସେମାନଙ୍କ ପଲିସ ସ୍କିନ ଠାରୁ ଆରମ୍ଭ କରି କଳା କେଶ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥାଏ । ତେବେ ମନରେ ପ୍ରଶ୍ନ ଆସେ ଏପରି କ’ଣ ଯାହା ସେ ତାଙ୍କ ସ୍କିନ ପାଇଁ କରନ୍ତୁ ଯାହା ଆମେ କରନ୍ତି ନାହିଁ  । କାହିଁକି ତାଙ୍କ ସ୍କିନ ସମସ୍ତଙ୍କ ଠାରୁ ଭିନ୍ନ ଦେଖାଯାଏ । ଯଦି ଆପଣ ଭାବୁଥାନ୍ତି ମେକଅପ ନେଇ ଏହି ଅଭିନେତ୍ରୀମାନେ ସୁନ୍ଦର ଦେଖାଯାଇଥାନ୍ତି ତେବେ ଆପଣ ଭୁଲ ଭାବୁଛନ୍ତି  । ସମସ୍ତ ଅଭିନେତ୍ରୀଙ୍କର ଭିନ୍ନ ଭିନ୍ନ ବିୟୁଟି ସିକ୍ରେଟ ରହିଛି  । ଐଶ୍ୱର୍ଯ୍ୟା ରାୟବଚ୍ଚନଙ୍କ ଠାରୁ କରିନା କପୁରଖାନ ପର୍ଯ୍ୟନ୍ତ ସମସ୍ତଙ୍କର ନିଜର ନିଜର ବିୟୁଟି ସିକ୍ରେଟ ରହିଛି  । ଯାହା ଆଜି ଆମେ ଆପଣଙ୍କୁ କହିବୁ  ।
ଐଶ୍ୱର୍ଯ୍ୟା ରାୟବଚ୍ଚନ : ଦୁନିଆର ସବୁଠାରୁ ସୁନ୍ଦର ମହିଳାଙ୍କ ମଧ୍ୟରେ ଐଶ୍ୱର୍ଯ୍ୟା ରାୟବଚ୍ଚନଙ୍କ ନାମ ନିଆଯାଇଥାଏ  । ତେବେ ଐଶ୍ୱର୍ଯ୍ୟା ନିଜ ସ୍କିନକୁ ପଲିସ ରଖିବା ପାଇଁ କେବଳ ପ୍ରାକୃତିକ ସାମଗ୍ରୀ ହିଁ ବ୍ୟବହାର କରିଥାନ୍ତି  । ସେ ବେସନ, ମହୁ ଓ ଦହିର ଉପଯୋଗ କରିଥାନ୍ତି  । ସପ୍ତାହରେ ଥରେ ଐଶ୍ୱର୍ଯ୍ୟା ନିଜ କେଶରେ ତେଲ ଲଗାଇଥାନ୍ତି  । ମୁହଁରେ କାକୁଡ଼ିର ଫେସ ପ୍ୟାକ ଲଗାଇଥାନ୍ତି  ।


ଆଲିଆ ଭଟ୍ଟ : ବିନା ମେକଅପରେ ଆଲିଆ ଭଟ୍ଟ ବହୁତ ସୁନ୍ଦର ଦେଖାଯାଇଥାନ୍ତି  । ଏଥିରେ କୌଣସି ଦ୍ୱିମତ ନାହିଁ  । ଆଲିଆଙ୍କ ପଲିସ ଓ ଗ୍ଲୋଇଂ ସ୍କିନର ରାଜ ମୁଲତାନି ମାଟି ଅଟେ  । ଆଲିଆ ନିଜ ଚେହେରାରେ ମୁଲତାନି ମାଟିର ଫେସ ପ୍ୟାକ ଲଗାଇଥାନ୍ତି  । ଏହି ଫେସ ପ୍ୟାକ ସ୍କିନରେ ତୈଳଅଂଶକୁ ଶୋଷି ନେଇ ଏହାକୁ ନିୟନ୍ତ୍ରଣ କରିଥାଏ  । ଫଳରେ ସ୍କିନ ପଲିସ ଦେଖାଯାଇଥାଏ  ।


ପ୍ରିୟଙ୍କା ଚୋପ୍ରା : ନିଜ ସ୍କିନକୁ ଚମକଦାର ରଖିବା ପାଇଁ ପ୍ରିୟଙ୍କା ଦିନ ସାରା ପ୍ରଚୁର ପାଣି ପିଇଥାନ୍ତି  । ଏକ ସାକ୍ଷାତକାରରେ ସେ କହିଥିଲେ ଯେ, ସେ ପ୍ରତିଦିନ ନିଜ କେଶରେ ନଡ଼ିଆ ତେଲ ମାଲିସ କରିଥାନ୍ତି  । ଏହାକୁ ରାତିସାରା ରଖିବା ପରେ ସକାଳେ ଧୋଇଥାନ୍ତି  । ସୁଟିଂ ନଥିଲେ ମେକଅପ ଠାରୁ ଦୂରେଇ ରୁହନ୍ତି  । ତାଙ୍କର ସୁନ୍ଦରତାରେ ରହସ୍ୟ ହଳଦୀ ଓ ଦହି ପ୍ୟାକ  ।


କରିନା କପୁର ଖାନ : ବଲିଉଡର ଷ୍ଟାଇଲିଷ୍ଟ ଦିଭା କରିନା କପୁରଖାନଙ୍କୁ ନାଚୁରାଲ ବିୟୁଟି ବୋଲି କୁହାଯାଏ  । କରିନା ନିଜ କେଶକୁ ନିୟମିତ ଜସ୍ମିନ ଓ ବାଦାମ ତେଲରେ ମାଲିସ କରିଥାନ୍ତି  । ବିନା ମେକଅପରେ କରିନା ପ୍ରାୟ ସମୟ ରହିବାକୁ ପସନ୍ଦ କରିଥାନ୍ତି  । ତେଣୁ ତାଙ୍କ ସ୍କିନ ସବୁଠାରୁ ଅଧିକ ଚମକଦାର ଦେଖାଯାଇଥାଏ  । ସେ ତାଙ୍କ ସ୍କିନରେ ମହୁ ମାଲିସ କରିଥାନ୍ତି  ।


କାଟ୍ରିନା କୈଫ : ମେକଅପ ନେବାକୁ କାଟ୍ରିନାଙ୍କୁ ପସନ୍ଦ ନୁହେଁ  । ସୁଟିଂ ନଥିଲେ ସେ କେବଳ ସନସ୍କ୍ରିନ ଲୋସନ ଓ ଲିପ ବାମ ହିଁ ଲଗାଇଥାନ୍ତି  । ଏହାଛଡ଼ା ନିଜ ସ୍କିନକୁ ସତେଜ ରଖିବା ପାଇଁ ଏସେନସିଆଲ ତେଲ ବ୍ୟବହାର କରିଥାନ୍ତି  ।


ଦୀପିକା ପାଦୁକନ : ଦୀପିକା ନିଜର ସୁନ୍ଦର ତ୍ୱଚା ପାଇଁ ଦିନସାରା ପାଣି ପିଇଥାନ୍ତି ଓ ଜଙ୍କ ଫୁଡରୁ ଦୂରେଇ ରହିଥାନ୍ତି  । ଦିପୀକା ପ୍ରତିଦିନ କ୍ଲିଜିଂ, ଟୋନିଂ ଓ ମଶ୍ଚରାଇଜିଂ କରିଥାନ୍ତି  । ସେ ଶୋଇବା ପୂର୍ବରୁ ନାଇଟ କ୍ରିମ ଓ ଦିନରେ ସନସ୍କ୍ରିନ ଲୋସନ ଲଗାଇଥାନ୍ତି  ।


ଦିଶା ପାଟନି : କେଶକୁ ମଜବୁତ ରଖିବାକୁ ହେଲେ ସପ୍ତାହରେ ଦୁଇଥର ତେଲ ଲଗାଇବା ଦରକାର ବୋଲି ଦିଶା କହିଛନ୍ତି । ସେ କେଶରେ ପିଆଜ ମଞ୍ଜି ତେଲ ବ୍ୟବହାର କରିଥାନ୍ତି । ଏହା କେଶକୁ ପୋଷଣ ଦେଇଥାଏ ।