ମେ ୧୩ ରେ ପିପିଲି ଉପନିର୍ବାଚନ

ମେ ୧୩ ରେ ପିପିଲି ଉପନିର୍ବାଚନ

ମେ ୧୩ ରେ ପିପିଲି ଉପନିର୍ବାଚନ
ଭୁବନେଶ୍ୱର : ପିପିଲି ଉପନିର୍ବାଚନ ପାଇଁ ସାନି ବିଜ୍ଞପ୍ତି ପ୍ରକାଶ ପାଇଛି । ମେ’ ୧୩ରେ ପିପିଲି ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇଛି । ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ଅପ୍ରେଲ ୨୬ ରହିଥିବାବେଳେ ୨୭ରେ ନାମାଙ୍କନ ପତ୍ର ଯାଂଚ କରାଯିବ । ସେହିପରି ପ୍ରାର୍ଥୀ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ଅପ୍ରେଲ ୨୯ ଧାର୍ଯ୍ୟ ହୋଇଛି । ସୂଚନାଯୋଗ୍ୟଯେ, ଅପ୍ରେଲ ୧୭ରେ ପିପିଲି ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବାର ଥିଲା । ପ୍ରଚାରବି ଶେଷ ପର୍ଯ୍ୟାୟରେ ପହଁଚି ଯାଇଥିଲା । କିନ୍ତୁ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କର ଅକାଳ ବିୟୋଗ ପାଇଁ ନିର୍ବାଚନ ସ୍ଥଗିତ ରହିଥିଲା । କରୋନାରେ ତାଙ୍କର ମୃତୁ୍ୟ ଘଟିଥିଲା । ଏବେ ନିର୍ବାଚନ ପାଇଁ ସାନି ବିଜ୍ଞପ୍ତି ପ୍ରକାଶ ପାଇଥିବାବେଳେ କେବଳ କଂଗ୍ରେସ ପ୍ରାର୍ଥୀ ହିଁ ନାମାଙ୍କନ ପତ୍ର ଦାଖଲ କରିପାରିବେ । ସମ୍ପ୍ରତି ବିଜେଡ଼ିରୁ ରୁଦ୍ର ମହାରଥି ଓ ବିଜେପିରୁ ଆଶ୍ରୀତ ପଟ୍ଟନାୟକ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ଏବେ ପୁଣିଥରେ ବିଗୁଲ ବାଜିଥିବାରୁ ପୁଣି ପିପିଲି ରାଜନୀତି ସରଗରମ ହୋଇପଡ଼ିବ ।