କରୋନା ଦ୍ୱିତୀୟ ଢେଉ : ରାଜ୍ୟରେ ଆଜି ୩୬୬୪ ନୂଆ କରୋନା ପଜିଟିଭ ଚିହ୍ନଟ

କରୋନା ଦ୍ୱିତୀୟ ଢେଉ : ରାଜ୍ୟରେ ଆଜି ୩୬୬୪ ନୂଆ କରୋନା ପଜିଟିଭ ଚିହ୍ନଟ

କରୋନା ଦ୍ୱିତୀୟ ଢେଉ : ରାଜ୍ୟରେ ଆଜି ୩୬୬୪ ନୂଆ କରୋନା ପଜିଟିଭ ଚିହ୍ନଟ
ଭୁବନେଶ୍ୱର: ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଏହାରି ଭିତରେ ୨୪ ଘଣ୍ଟା ରାଜ୍ୟରେ ୩୦ଟି ଜିଲ୍ଲାରୁ ୩୬୬୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୧୨୭ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୧୫୩୭ ଜଣ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୬୮ ହଜାର ୨୫୮ଜଣକୁ ଛୁଇଁଛି। ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସଂପୃକ୍ତ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୭୦୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ସୁନ୍ଦରଗଡ଼ରୁ ୩୪୦ ଜଣ, କଳାହାଣ୍ଡିରୁ ୩୨୪ ଜଣ,ନୂଆପଡ଼ାରୁ ୨୨୧ ବରଗଡ଼ରୁ ୨୧୦ ଜଣ, ସମ୍ବଲପୁରରୁ ୧୯୯ ଜଣ, କଟକରୁ ୧୯୮ ଜଣ, ଝାରସୁଗୁଡ଼ାରୁ ୧୮୩ ଜଣ, ମୟୂରଭଞ୍ଜରୁ ୧୧୯ ଜଣ, ପୁରୀରୁ ୧୪୩ ଜଣ, ନବରଙ୍ଗପୁରରୁ ୮୧ ଜଣ, ବଲାଙ୍ଗୀରରୁ ୭୯ ଜଣ,ଜଗତସିଂହପୁରରୁ ୬୮ ଜଣ, ଗଞ୍ଜାମରୁ ୬୬ ଜଣ, ଗଜପତିରୁ ୬୩ ଜଣ, ଅନୁଗୁଳରୁ ୫୯ ଜଣ,ଯାଜପୁରରୁ ୫୮ ଜଣ,ରାୟଗଡ଼ାରୁ ୫୭ ଜଣ, କେନ୍ଦୁଝରରୁ ୫୬ ଜଣ, ଢ଼େଙ୍କାନାଳରୁ ୪୭ ଜଣ, ବାଲେଶ୍ବର ଓ କୋରାପୁଟ ଜିଲ୍ଲାରୁ ୩୯ ଜଣ ଲେଖାଏଁ,ଦେବଗଡ଼ରୁ ୩୦ ଜଣ, କେନ୍ଦ୍ରାପଡ଼ାରୁ ୨୯ ଜଣ, ନୟାଗଡ଼ରୁ ୨୮ ଜଣ, ଭଦ୍ରକରୁ ୨୭ ଜଣ,କନ୍ଧମାଳ ଓ ସୋନପୁର ଜିଲ୍ଲାରୁ ୧୬ ଜଣ ଲେଖାଏଁ, ବୌଦ୍ଧରୁ ୬ ଜଣ,ମାଲକାନଗିରିରୁ ୪ ଜଣ ଏବଂ ଷ୍ଟେଟ୍ ପୋଲ୍ରୁ ୧୫୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩ ଲକ୍ଷ ୬୮ ହଜାର ୨୫୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ ୨୧ ହଜାର ୪୩୬ ଜଣ ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩ ଲକ୍ଷ ୪୪ ହଜାର ୮୨୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧୯୪୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୩ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି।