ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେପି

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେପି

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେପି
ଭୁବନେଶ୍ୱର: ବୁଧବାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଫେରାଦ ହୋଇଛି ବିଜେପିର ଏକ ଟିମ । ପାଟକୁରା ନିର୍ବାଚନନେଇ ସମୀର ମହାନ୍ତିଙ୍କ ନେତୃତ୍ୱରେ ଉକ୍ତ ଟିମ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଫେରାଦ ହୋଇଛି । ବିଧାନସଭା ଛାଡ଼ି ବିଜେଡି ନେତା ଓ ମନ୍ତ୍ରୀ ପାଟକୁରାରେ ଡେରା ପକାଇଥିବା ଉକ୍ତ ଟିମ ଅଭିଯୋଗ କରିଛି । ସେହିପରି ନିର୍ବାଚନରେ ବ୍ୟାପକ ଅନିୟମିତତା ସହ ସେଠାରେ ଖୋଲାଖୋଲି ଟଙ୍କା ବଣ୍ଟନ କରାଯାଉଥିବା ବିଜେପି ଟିମ ଅଭିଯୋଗ କରିଛି । ପ୍ରକାଶ ଯେ, ପାଟକୁରା ନିର୍ବାଚନ ପାଇଁ ଉଠୁଛି ପଡୁଛି ରାଜନୀତି । ପାଟକୁରାରରେ ଡେରା ପକାଇଛନ୍ତି ସବୁଦଳର ନେତା । ବିଧାନସଭାରେ ମନ୍ତ୍ରୀଙ୍କ ଏକପ୍ରକାର ମରୁଡି ଦେଖାଦେଇଛି । ମନ୍ତ୍ରୀଙ୍କ ବଦଳରେ ଉତ୍ତର ରଖୁଛନ୍ତି ଭାରପ୍ରାପ୍ତ ମନ୍ତ୍ରୀ । ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ବଦଳରେ ଯୋଜନା ସଂଯୋଜନା ବିଭାଗର ମନ୍ତ୍ରୀ ପଦ୍ମନାଭ ବେହେରା ଉତ୍ତର ରଖିଥିଲେ । ଏହାକୁ ନେଇ ଆଜି ବିରୋଧୀ ଗୃହରେ ଅସନ୍ତୋଷ ପ୍ରକାଶ କରିଥିଲେ । କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ଅଭିଯୋଗ କରିଥିଲେ । ତେବେ ବିଧାନସଭା ଏଭଳି ଅବସ୍ଥା ଆଜି କି କାଲି ନୁହେଁ ବରଂ ଗତ ତିନି ଦିନ ହେଲା ମନ୍ତ୍ରୀଙ୍କ ଉପସ୍ଥାନ କମ ରହୁଥିବା ଦେଖିବାକୁ ମିଳୁଛି । ଗୃହକୁ ଆସୁନାହାଁନ୍ତି ଅଧାରୁ ଅଧିକ ବିଧାୟକ । ତେବେ ଯେଉଁ ମନ୍ତ୍ରୀମାନଙ୍କର ପ୍ରଶ୍ନୋତ୍ତର ଓ ଖର୍ଚ୍ଚଦାବି ଆଲୋଚନା ରହୁଛି, ସେମାନେ ଉପସ୍ଥିତ ରହୁଛନ୍ତି। ପାଟକୁରା ନିର୍ବାଚନ ପାଇଁ ସମସ୍ତେ ବ୍ୟସ୍ତ ଥିବାରୁ ଗୃହକୁ ଆସିପାରୁ ନାହାନ୍ତି ବୋଲି ଚର୍ଚ୍ଚା ହେଉଛି। ଶାସକ ଦଳ ସଭ୍ୟ ଓ ମନ୍ତ୍ରୀଙ୍କ ଅନୁପସ୍ଥିତି ନେଇ ବାହାରେ ବିରୋଧୀମାନେ ଅସନ୍ତୋଷ ପ୍ରକାଶ କରୁଛନ୍ତି। ଏପରିକି ପାଟକୁରା ନିର୍ବାଚନ ସରିବା ଯାଏ ଗୃହକୁ ମୁଲତବୀ ରଖାଯାଉ ବୋଲି ବିରୋଧୀମାନେ କଟାକ୍ଷ କରିଛନ୍ତି।