ମିଳିଲା ନିଖୋଜ ସ୍ୱାତୀର ମୃତଦେହ

ମିଳିଲା ନିଖୋଜ ସ୍ୱାତୀର ମୃତଦେହ

ମିଳିଲା ନିଖୋଜ ସ୍ୱାତୀର ମୃତଦେହ
ନୟାଗଡ଼: ବଧିପାଟଣା ଗାଁରୁ ୩ ବର୍ଷର ଝିଅ ନିଖୋଜ ଘଟଣାରେ ଏକ ବଡ଼ ଖବର ଆସିଛି । ତାହା ହେଲା ବଧିପାଟଣା ଗାଁ ପୋଖରୀରୁ ସ୍ୱାତୀର ମୃତଦେହ ଉଦ୍ଧାର କରାଯାଇଛି । ଗାଁର ଆଦିବାସୀ ସାହିରେ ଥିବା ଏକ ପୋଖରୀରୁ ମୃତଦେହ ଉଦ୍ଧାର କରାଯାଇଛି । ଗତ ଶୁକ୍ରବାର ଠାରୁ ୩ ବର୍ଷର ଝିଅ ସ୍ୱାତୀ ନିଖୋଜ ଥିଲା । ଗାଁ ଦାଣ୍ଡରେ ଖେଳୁଥିବାବେଳେ ସ୍ୱାତୀ ହଠାତ ନିଖୋଜ ହୋଇଯାଇଥିଲା । ଏନେଇ ଥାନାରେ ଅଭିଯୋଗ ପରେ ଖୋଜାଖୋଜି ଚାଲିଥିଲା । ପୁଲିସ ଓ ଅଗ୍ନିଶମ କର୍ମଚାରୀ ସ୍ୱାତୀକୁ ଖୋଜାଖୋଜି ଜାରି ରଖିଥିବାବେଳେ ଆଜି ପାଣି କମ ଥିବା ଏକ ପୋଖରୀରୁ ସ୍ୱାତୀର ମୃତଦେହ ଉଦ୍ଧାର କରାଯାଇଛି ।