ମାଓ ମୁକାବିଲା ବୈଠକ, ନବୀନଙ୍କ ୫ ସୂତ୍ରୀ ପ୍ରସ୍ତାବ, ଜାଣନ୍ତୁ କ’ଣ

ମାଓ ମୁକାବିଲା ବୈଠକ, ନବୀନଙ୍କ ୫ ସୂତ୍ରୀ ପ୍ରସ୍ତାବ, ଜାଣନ୍ତୁ କ’ଣ

ମାଓ ମୁକାବିଲା ବୈଠକ, ନବୀନଙ୍କ ୫ ସୂତ୍ରୀ ପ୍ରସ୍ତାବ, ଜାଣନ୍ତୁ କ’ଣ

ନୂଆଦିଲ୍ଲୀ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଓ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ସଡ଼କପଥ, ରେଳପଥ, ଟେଲିକମ, ମୋବାଇଲ ନେଟୱାର୍କ ଓ ବ୍ୟାଙ୍କିଙ୍ଗ ସୁବିଧାର ବିକାଶ ପାଇଁ ୫ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ରଖିଥିଲେ।  ଏହା ଉପରେ ବିଚାର କରି ଆବଶ୍ୟକ ପଦକ୍ଷେପ ନେବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ। ମାଓ ମୁକାବିଲା ସଂପର୍କରେ ନୂଆଦିଲ୍ଲୀରେ ରବିବାର ଦିନ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ମାଓ ପ୍ରଭାବିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନେ ସାମିଲ ହୋଇଥିଲେ। ବୈଠକରେ ଯୋଗ ଦେଇ ୫ଟି ପ୍ରସ୍ତାବ ମଧ୍ୟରେ ରହିଛି: ମାଲକାନଗିରି ଦେଇ ଜୟପୁରରୁ ମୋଟୁ ପର୍ୟ୍ୟନ୍ତ ଏନଏଚ-୩୨୬କୁ ଚାରି ଲେନ ବିଶିଷ୍ଟ କରିବା । ଏହା ପୂର୍ବ ଭାରତ, ଛତିଶଗଡ଼ ଓ ଝାଡ଼ଖଣ୍ଡ ରାଜ୍ୟରୁ ଦକ୍ଷିଣକୁ ବିଶେଷ କରି ବେଙ୍ଗାଲୁରୁ ଏବଂ ହାଇଦ୍ରାବାଦକୁ ଯୋଡ଼ିବ । ଏହା ଯାତ୍ରା ସମୟକୁ ହ୍ରାସ କରିବା ସହିତ ଏହି ଅଞ୍ଚଳର ଅର୍ଥନୈତିକ ବିକାଶ ଦିଗରେ ସହାୟକ ହେବ । ମାଓ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ରେଳ ଭିତ୍ତିଭୂମି ସ୍ଥାପନ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ । କହିଥିଲେ ଯେ ରେଳ ମନ୍ତ୍ରାଳୟ ଓ ଓଡ଼ିଶା ସରକାରଙ୍କ ମିଳିତ ସହଯୋଗରେ ଜୟପୁରରୁ ନବରଙ୍ଗପୁର ଏବଂ ଜୟପୁରରୁ ମାଲକାନଗିରି ମଧ୍ୟରେ ରେଳପଥ ନିର୍ମାଣ ଚାଲିଛି ।