ଖ୍ରୀଷ୍ଟ କଲେଜ ଛାତ୍ର ତୁଷାରଂଜନଙ୍କ ମୃତ୍ୟୁ ଘଟଣାରେ ୨ ଗିରଫ
ଖ୍ରୀଷ୍ଟ କଲେଜ ଛାତ୍ର ତୁଷାରଂଜନଙ୍କ ମୃତ୍ୟୁ ଘଟଣାରେ ୨ ଗିରଫ
କଟକ : କଟକ ଖ୍ରୀଷ୍ଟ କଲେଜର ଛାତ୍ର ତୁଷାର ରଂଜନ ସାହୁଙ୍କ ମୃତ୍ୟୁ ଘଟଣାରେ ଜଗତପୁର ଥାନା ପୁଲିସ ସୋମବାର ୨ ଯୁବକଙ୍କୁ ଗିରଫ କରିଛି। ସେମାନେ ହେଲେ ଦିବ୍ୟରଂଜନ ବେହେରା ଏବଂ କୌଶଳ ପ୍ରଧାନ। ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ଅଭିଯୋଗରେ ଯୁବକ ଦ୍ବୟଙ୍କୁ ଗିରଫ କରିଥିବା ପୁଲିସ ସୂଚନାରୁ ଜଣାପଡ଼ିଛି। ଆବଶ୍ୟକ ପଡ଼ିଲେ ଏହି ଘଟଣାରେ ସଂପୃକ୍ତ ତୁଷାରଙ୍କ ପ୍ରେମିକା ଓ ଅନ୍ୟମାନଙ୍କୁ ଗିରଫ କରାଯାଇ ପାରେ ବୋଲି ଆଲୋଚନା ହେଉଛି। ଗିରଫ ଦ୍ବୟଙ୍କ ମଧ୍ୟରେ ଜଣେ ଯୁବତୀଙ୍କ ବନ୍ଧୁ ଓ ଅନ୍ୟ ଜଣେ ଧରମ ଭାଇ ଥିବା କୁହାଯାଉଛି। ଯୁବକ ଦ୍ବୟ ତୁଷାରଙ୍କୁ ମାନସିକ ନିର୍ୟାତନା ଦେଉଥିଲେ। ୩ ତାରିଖ ଦିନ ସେମାନେ କଟକ ଇଣ୍ଡୋର ଷ୍ଟାଡିୟମ ନିକଟକୁ ଡାକି ତୁଷାରଙ୍କୁ ଧମକଚମକ ଦେଇଥିଲେ। ସେହିଦିନ ରାତିରେ ତୁଷାର ବ୍ରିଜ୍ରୁ ମହାନଦୀକୁ ଡେଇଁ ପଡ଼ିଥିଲେ ବୋଲି କୁହାଯାଉଛି। ଏହି ଘଟଣାରେ ତୁଷାରଙ୍କ ପ୍ରେମିକା କୁହାଯାଉଥିବା ଯୁବତୀ ଓ ତାଙ୍କ ଭୋଉଣୀଙ୍କ କ’ଣ ଭୂମିକା ରହିଛି ସେ ବାବଦରେ ତଦନ୍ତ ଚାଲିଥିବା ପୁଲିସ କହିଛି।




admin 