୨୦ ଲକ୍ଷର ବିଲ ନ ଦେଇ ୪.୫ କୋଟି ଗଣିଲା ଏନଏଚଏଆଇ
୨୦ ଲକ୍ଷର ବିଲ ନ ଦେଇ ୪.୫ କୋଟି ଗଣିଲା ଏନଏଚଏଆଇ
ନୂଆଦିଲ୍ଲୀ: ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (ଏନଏଚଏଆଇ) ୨୦ ଲକ୍ଷ ଟଙ୍କାର ବିଲ ନ ଶୁଝି ଶେଷରେ ଏଥିପାଇଁ ୪.୫ କୋଟି ଟଙ୍କା ଗଣିବା ଚର୍ଚ୍ଚାର ବିଷୟ ହୋଇଛି । କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ଏହି ଘଟଣାର ତଦନ୍ତ କରାଯିବ ବୋଲି କହିଛନ୍ତି । ରିପୋର୍ଟ ମୁତାବକ ୯ ବର୍ଷ ପୂର୍ବେ ଏକ ଘରୋଇ ସଂସ୍ଥାକୁ ଏନଏଚଏଆଇ ୨୦ ଲକ୍ଷ ଟଙ୍କାର ବିଲ ଦେବାର ଥିଲା । କିନ୍ତୁ ତାହାକୁ ସେତେବେଳେ ପ୍ରଦାନ କରାଯାଇ ନଥିଲା । ଘରୋଇ ସଂସ୍ଥା ଯେତେ କହିଲେ ବି କଥା ଆଗକୁ ଯାଇନଥିଲା । ବର୍ଷ ପରେ ବର୍ଷ ବିତିଯାଇଥିଲା । ଦୀର୍ଘ ୯ ବର୍ଷ ପରେ ଉକ୍ତ ଘରୋଇ କମ୍ପାନୀ ନିଜର ପୁରୁଣା ବିଲ ଫେରିପାଇଛି । ତେବେ ୨୦ ଲକ୍ଷ ଟଙ୍କା ପରିବର୍ତ୍ତେ ୨୭% ସୁଧକୁ ମିଶାଇ ଏହା ଏନଏଚଏଆଇଠାରୁ ୪.୫ କୋଟି ଟଙ୍କା ହାସଲ କରିଛି । ଏମଏସଏମଇ ଉନ୍ନୟନ ଅଧିନିୟମ ଅଧୀନରେ ପଞ୍ଜିକୃତ ଉକ୍ତ ଘରୋଇ କମ୍ପାନୀ ଏନଏଚଏଆଇଠାରୁ ନିଜ ପ୍ରାପ୍ୟ ପାଇବା ପାଇଁ ଶେଷରେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା । ମାମଲାରେ କିଛି ଦିନ ଧରି ଶୁଣାଣି ପରେ କମ୍ପାନୀର ଜିତ ହୋଇଥିଲା । ଏହା ପରେ ୨୦୧୯ ଡିସେମ୍ବରରେ ଏନଏଚଏଆଇ ଚୂଡାନ୍ତ ଦେୟ ପ୍ରଦାନ କରିଥିଲା ।




admin 