ଔଷଧ ଖାଇ ଶୋଇଥିବା ବେଳେ ଯୌନ ନିର୍ୟାତନା, ବାୟୁସେନା ଅଧିକାରୀ ଗିରଫ

ଔଷଧ ଖାଇ ଶୋଇଥିବା ବେଳେ ଯୌନ ନିର୍ୟାତନା, ବାୟୁସେନା ଅଧିକାରୀ ଗିରଫ

ଔଷଧ ଖାଇ ଶୋଇଥିବା ବେଳେ ଯୌନ ନିର୍ୟାତନା, ବାୟୁସେନା ଅଧିକାରୀ ଗିରଫ

ଚେନ୍ନାଇ: ଜଣେ ମହିଳା ଅଫିସରଙ୍କୁ ଯୌନ ନିର୍ୟାତନା ଦେବା ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ୨୬ ବର୍ଷୀୟ ଫ୍ଲାଇଟ ଲେଫ୍ଟନାଣ୍ଟଙ୍କୁ ତାମିଲନାଡୁ ପୁଲିସ ଗିରଫ କରିଛି । ପରେ ତାଙ୍କୁ ଉଦୁମଲାପେଟ ଜେଲକୁ ପଠାଇ ଦିଆଯାଇଛି । ସମ୍ପୃକ୍ତ ଅଫିସରଙ୍କ ଘର ଛତିଶଗଡ଼ରେ । ମହିଳା ଅଫିସର ଜଣକ କୋଏମ୍ବାଟୁର ରେଡଫିଲ୍ଡସ୍ଥିତ ବାୟୁସେନାର ପ୍ରଶାସନିକ କଲେଜରେ ଟ୍ରେନିଂ ନେଉଥିଲେ । ସେ ଅଭିଯୋଗ କରିଛନ୍ତି ଯେ କିଛି ଦିନ ତଳେ ସେ କଲେଜରେ ଖେଳୁଥିବା ବେଳେ ଆହତ ହୋଇଥିଲେ । ପରେ ଔଷଧ ଖାଇ ନିଜ ରୁମରେ ଶୋଇପଡିଥିଲେ । କିଛି ସମୟ ପରେ ନିଦ ଛାଡ଼ିବାରୁ ତାଙ୍କୁ ଯୌନ ନିର୍ୟାତନା ଦିଆଯାଇଥିବା ଜାଣିବାକୁ ପାଇଥିଲେ । ଘଟଣା ସମ୍ପର୍କରେ ସେ ବାୟୁସେନାରେ ଅଭିଯୋଗ କରିଥିଲେ । ମାତ୍ର ସେଠାରୁ କୌଣସି ନ୍ୟାୟ ନ ମିଳିବାରୁ ସେ ପୁଲିସରେ ଅଭିଯୋଗ କରିଥିଲେ ।