ଉତ୍ତରପ୍ରଦେଶରେ ପ୍ରିୟଙ୍କାଙ୍କ ଜନସଭା ରଦ୍ଦ
ଉତ୍ତରପ୍ରଦେଶରେ ପ୍ରିୟଙ୍କାଙ୍କ ଜନସଭା ରଦ୍ଦ
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନ ଘୋଷଣା ହେବାକୁ ଆଉ ୩ ମାସରୁ କମ ସମୟ ରହିଛି। ସବୁ ପ୍ରମୁଖ ରାଜନୈତିକ ଦଳ ସେମାନଙ୍କ ରଣକୌଶଳ ଆରମ୍ଭ କରିଦେଇଛନ୍ତି। ତେବେ ଏହି ଦୌଡ଼ରେ କଂଗ୍ରେସ ପଛେଇ ଯାଇଥିବା ଦେଖାଯାଇଛି। ଏପରିକି ରାଲି ଆୟୋଜନ ପାଇଁ ମଧ୍ୟ ସ୍ଥାନୀୟ ନେତାମାନେ ଉତ୍ସାହର ସହ କାମ କରୁ ନଥିବାରୁ ପ୍ରିୟଙ୍କା ଗାନ୍ଧିଙ୍କ ରାଲି କାର୍ୟ୍ୟକ୍ରମ ବାତିଲ ହୋଇଛି। ଦଳର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧି ଚଳିତ ମାସରେ ଉତ୍ତର ପ୍ରଦେଶରେ ତିନିଟି ରାଲି କରବାକୁ ଯୋଜନା କରିଥିଲେ । ମିରଠରେ ଆଗାମୀ ୨୯ ତାରିଖରେ ହେବାକୁ ଥିବା ଜନସଭାକୁ ରଦ୍ଦ କରି ଦିଆଯାଇଛି । ଅକ୍ଟୋବର ୨ ତାରିଖରେ ବାରଣାସୀରେ ହେବାକୁ ଥିବା ର୍ୟାଲି ମଧ୍ୟ ବିଭିନ୍ନ କାରଣରୁ ବାତିଲ ହୋଇଛି । ଅକ୍ଟୋବର ୭ରେ ଆଗ୍ରାରେ ହେବାକୁ ଥିବା ର୍ୟାଲିକୁ ମଧ୍ୟ ରଦ୍ଧ କରି ଦିଆଯାଇଛି । ମିରଟରେ ପ୍ରିୟଙ୍କା ର୍ୟାଲି କରିବା ପାଇଁ ଦଳୀୟ କାର୍ୟ୍ୟକର୍ତ୍ତାମାନଙ୍କ ସହ ଅନଲାଇନରେ କଥାବାର୍ତ୍ତା କରିଥିଲେ ମଧ୍ୟ ଇତିମଧ୍ୟରେ ଅନେକ ନେତା ଦଳତ୍ୟାଗ କରି ସାରିଥିବାରୁ ଅନିଶ୍ଚିତତା ଯୋଗୁଁ ସେଠାରେ ର୍ୟାଲି ବାତିଲ ହୋଇଥିଲା ।




admin 