ବିଜେପି ମୋତେ ପଚାରୁନି: ଦାମ ବାବୁ

ବିଜେପି ମୋତେ ପଚାରୁନି: ଦାମ ବାବୁ

ବିଜେପି ମୋତେ ପଚାରୁନି: ଦାମ ବାବୁ
ଭୁବନେଶ୍ୱର: ବିଜେପିକୁ ଆସି ଏବେ ପଶ୍ଚାତାପ କରୁଛନ୍ତି ଦାମଦୋର ରାଉତ । ଏକଥା ଆମେ କହୁନାହୁଁ । ଆଜି ଯେଭଳି ସେ ମନ୍ତବ୍ୟ ଦେଇଛନ୍ତି ସେଥିରୁ ଏହା ବୁଝାପଡ଼ୁଛି । ବିଜେପି ନେତାମାନେ ମୋତେ ଆଉ ପଚାରୁନାହାନ୍ତି । ନିର୍ବାଚନ ବେଳେ ବିଜେପି ମୋତେ ଡାକିଲା । ମୁଁ ଯିବାକୁ ସହମତି ହେଲି । ଏବେ କିନ୍ତୁ ମୋତେ ପଚାରୁ ନାହାନ୍ତି ବୋଲି ଦାମଦୋର ରାଉତ କହିଛନ୍ତି । ଦାମ ବାବୁଙ୍କ ଏହି ମନ୍ତବ୍ୟ ନେଇ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି କରିଛି । ବିଜେପି ଉପରେ ଅସନ୍ତୋଷ ଝାଡ଼ି ବରିଷ୍ଠ ନେତା ଦାମଦୋର ରାଉତ କହିଛନ୍ତି ଯେ, ନିର୍ବାଚନ ବେଳେ ବିଜେପି ମୋତେ ଡାକିଲା । ମୁଁ ଯିବାକୁ ସହମତି ହେଲି । ନିର୍ବାଚନରେ ମୋତେ ଷ୍ଟାର ପ୍ରଚାରକ କଲେ । ହେଲିକେପ୍ଟରରେ ବୁଲାଇଲେ । ନିର୍ବାଚନରେ ମୁଁ ବାଲିକୁଦା-ଏରସମାରୁ ଛିଡ଼ା ହୋଇ ପରାସ୍ତ ହେଲି । ହାରିଲା ପରେ ମୋତେ ଦଳର କୌଣସି କାର୍ଯ୍ୟକ୍ରମରେ ସାମିଲ କରାଯାଇନି । ତାଙ୍କ ଦଳର କାର୍ଯ୍ୟକଳାପ ଏୟା । ଯେବେ ଦରକାର ପଡେ଼, ଖୋଜିବେ । ଏବେ ସଦସ୍ୟ ସଂଗ୍ରହ ଅଭିଯାନ ସରିଛି । ମୋତେ କିଛି ଦାୟିତ୍ୱ ଦେଇପାରନ୍ତି । ମୁଁ ଦଳରେ ଅଛି । ମୋତେ ଦାୟିତ୍ୱ ଦେବେ କି ନାହିଁ ସେଯାଏଁ ଅପେକ୍ଷା କରିଛି ବୋଲି ଦାବବାବୁ କହିଛନ୍ତି ।