ମହିଳାଙ୍କ ମୁଣ୍ଡକାଟ ଘଟଣା : ମୁଣ୍ଡ,ଗଣ୍ଡିର ହେବ ଡିଏନଏ ପ୍ରୋଫାଇଲିଂ

ମହିଳାଙ୍କ ମୁଣ୍ଡକାଟ ଘଟଣା : ମୁଣ୍ଡ,ଗଣ୍ଡିର ହେବ ଡିଏନଏ ପ୍ରୋଫାଇଲିଂ

ମହିଳାଙ୍କ ମୁଣ୍ଡକାଟ ଘଟଣା : ମୁଣ୍ଡ,ଗଣ୍ଡିର ହେବ ଡିଏନଏ ପ୍ରୋଫାଇଲିଂ
ଭୁବନେଶ୍ୱର: ଚନ୍ଦକା ଦାସପୁରରେ ମହିଳାଙ୍କ ମୁଣ୍ଡକାଟି ହତ୍ୟା ଘଟଣାରେ ଉଦ୍ଧାର କରାଯାଇଥିବା କଟାମୁଣ୍ଡକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି । ଗଣ୍ଡି ଓ ମୁଣ୍ଡ ସମାନ ମହିଳାଙ୍କର କି ନାହିଁ ତାହାର ପରୀକ୍ଷା କରାଯିବ । ଜବତ ମୁଣ୍ଡ ଓ ଗଣ୍ଡିର ଡିଏନଏ ପ୍ରୋଫାଇଲିଂ କରାଯିବ । ଟିସୁ୍ୟ, ବୋନ ଓ ରକ୍ତ ନମୁନା ପରୀକ୍ଷା ପାଇଁ ଲ୍ୟାପ ପଠାଯିବ । ଡିଏନଏ ପ୍ରୋଫାଇଲିଂ ହେବ ବୋଲି ଫୋରେନସିକ ଅଧିକାରୀଙ୍କ ଠାରୁ ପ୍ରକାଶ । ପ୍ରକାଶ ଯେ, ଏହି ଘଟଣାରେ ପୁଲିସ ୨ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚୁରା କରୁଥିଲା । ଉଭୟଙ୍କୁ ଚନ୍ଦକା ଥାନାରେ ଅଟକ ରଖି କମିଶନରେଟ ପୁଲିସ ପଚରାଉଚୁରା କରିବାପରେ ସିନ ରିକ୍ରିଏଟ ପାଇଁ ଉଭୟଙ୍କୁ ଘଟଣାସ୍ଥଳକୁ ନେଇଥିଲା । ଅଭିଯୁକ୍ତମାନେ କଟାମୁଣ୍ଡ ଫିଙ୍ଗିଥିବା ସ୍ଥାନକୁ ଦେଖାଇଥିଲେ । ଭରତପୁର ଜଙ୍ଗଲରୁ ଉକ୍ତ କଟା ମୁଣ୍ଡକୁ ପୁଲିସ ଠାବ କରିଥିଲା । ୨ ଅଭିଯୁକ୍ତ ମହିଳାଙ୍କ ମୁଣ୍ଡକାଟି ୨ କିମି ଦୂର ଭରତପୁର ଜଙ୍ଗଲରେ ଫିଙ୍ଗି ଦେଇଥିଲେ । ସୂଚନା ଅନୁଯାୟୀ, ଗତ ୪ତାରିଖ ଦିନ ଭୁବନେଶ୍ୱର ଭୁବନେଶ୍ବର ଅନ୍ଧାରୁଆ-ଦାସପୁର ରାସ୍ତା କଡରୁ ଜଣେ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ମିଳିଥିଲା। ମହିଳାଙ୍କ ପରିଚୟ ଜାଣିବା ପାଇଁ ଭୁବନେଶ୍ୱର ଓ ଆଖପାଖ ଥାନାକୁ ପୁଲିସ ଖବର ଦେଇଥିଲା। ଜଣେ ଆଡିସିନାଲ୍‌ ଏସ୍‌ପି ରାଙ୍କର ଅଫିସରଙ୍କ ତତ୍ତ୍ୱବଧାନରେ ଏକ ୫ ଜଣିଆ ଟିମ୍‌ ଘଟଣାର ତଦନ୍ତ କରୁଥିବା ବେଳେ ମହିଳାଙ୍କ ପରିଚୟ ଜାଣିବା ପାଇଁ ରାଜଧାନୀର ବିଭିନ୍ନ ଅଞ୍ଚଳରେ ପୋଷ୍ଟର ମଧ୍ୟ ମରାଯାଇଥିଲା। ମହିଳାଙ୍କ ସମ୍ପର୍କରେ ସୂଚନା ଦେଲେ ୫୦ ହଜାର ଟଙ୍କା ପୁରସ୍କାର ଦିଆଯିବ ବୋଲି ପୂର୍ବରୁ ପୁଲିସ ଘୋଷଣା କରିଥିଲା।